ଓଡିଶା

odisha

ETV Bharat / bharat

ଡେପସଙ୍ଗରେ ନିର୍ମାଣ କାର୍ଯ୍ୟ କରୁଛି ଚୀନ, ବିରୋଧ କଲା ଭାରତ

ନିକଟରେ ହୋଇଥିବା ଆଲୋଚନାରେ ଭାରତୀୟ ପକ୍ଷ ଚୀନ ନିକଟରେ ଡେପସଙ୍ଗ ସମତଳ କ୍ଷେତ୍ର ଏବଂ ଦୌଲତ ବେଗ ଓଲ୍ଡି କ୍ଷେତ୍ରରେ ଚୀନ ସେନା ଦ୍ବାରା ନିର୍ମାଣ ଗତିବିଧି ପ୍ରସଙ୍ଗ ଉଠାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଡେପସଙ୍ଗରେ ନିର୍ମାଣ କାର୍ଯ୍ୟ କରୁଛି ଚୀନ
ଡେପସଙ୍ଗରେ ନିର୍ମାଣ କାର୍ଯ୍ୟ କରୁଛି ଚୀନ

By

Published : Jul 18, 2020, 6:29 PM IST

ନୂଆଦିଲ୍ଲୀ:ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା କମ କରିବା ପାଇଁ ଭାରତ ଏବଂ ଚୀନ ମଧ୍ୟରେ ଅନେକ ଥର କମାଣ୍ଡ ସ୍ତରୀୟ ଆଲୋଚନା ହୋଇଛି । ତେବେ ଉଭୟ ଦେଶର ସେନା ମଧ୍ୟରେ ଜାରି ଅସନ୍ତୋଷ ମଧ୍ୟରେ ଡେପସଙ୍ଗ ସମତଳ କ୍ଷେତ୍ର ଏବଂ ଦୌଲତ ବେଗ ଓଲ୍ଡି କ୍ଷେତ୍ରରେ ଚୀନ ସେନାର ନିର୍ମାଣ ପ୍ରସଙ୍ଗକୁ ବିରୋଧ କରିଛି ଭାରତ ।

ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଉଭୟ ଦେଶ କୂଟନୈତିକ ଏବଂ ସାମରିକ ଭଳି ଏକାଧିକ ସ୍ତରରେ ଆଲୋଚନା କରୁଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ ବୈଦେଶିକ ମନ୍ତ୍ରୀଙ୍କ ସମେତ ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧୀମାନେ ମଧ୍ୟ ଏଲଏସିରେ ସାମରିକ ନିର୍ମାଣ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି । ତେବେ ନିକଟରେ ହୋଇଥିବା ଆଲୋଚନାରେ ଭାରତୀୟ ପକ୍ଷ ଚୀନ ନିକଟରେ ଡେପସଙ୍ଗ ସମତଳ କ୍ଷେତ୍ର ଏବଂ ଦୌଲତ ବେଗ ଓଲ୍ଡି କ୍ଷେତ୍ରରେ ଚୀନ ସେନା ଦ୍ବାରା ନିର୍ମାଣ ଗତିବିଧି ପ୍ରସଙ୍ଗ ଉଠାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସୂତ୍ର ଅନୁଯାୟୀ, ସୈନ୍ୟ ଅଭ୍ୟାସ ଆଳରେ ଚୀନ ଏଲଏସିରେ ବଡ ସଂଖ୍ୟକ ସୈନ୍ୟ ମୁତୟନ କରିବା ସହ ଯୁଦ୍ଧ ସାମଗ୍ରୀ ନିୟୋଜିତ କରିଥିଲା । ଯାହା ସାଟେଲାଇଟରୁ ସ୍ପଷ୍ଟ ଜଣାପଡୁଥିଲା । ତେବେ ଏହି ଆଲୋଚନାରେ ଡେପସାଙ୍ଗ ସମତଳ ତଥା ଡିବିଓ ସେକ୍ଟରରେ ଚୀନର ନିର୍ମାଣ କାର୍ଯ୍ୟ ପ୍ରସଙ୍ଗରେ ଭାରତୀୟ ପକ୍ଷ ଆପତ୍ତି ଉଠାଇଛନ୍ତି । ଏହା ବ୍ୟତୀତ ସେମାନେ ପାଟ୍ରୋଲିଂ ପଏଣ୍ଟ 10 ରୁ ପାଟ୍ରୋଲିଂ ପଏଣ୍ଟ 13 ପର୍ଯ୍ୟନ୍ତ ଭାରତୀୟ ସେନାକୁ ପାଟ୍ରୋଲିଂ କରିବାରେ ଚୀନ ସେନା ବାଧା ସୃଷ୍ଟି କରୁଥିବା ମଧ୍ୟ କହିଛନ୍ତି ।

ଏହା ପୂର୍ବରୁ ଭାରତ ପାଟ୍ରୋଲିଂ ପଏଣ୍ଟ-14, ପାଟ୍ରଲିଂ ପଏଣ୍ଟ-15, ହଟ ସ୍ପ୍ରିଂ, ଗୋଗରା ଏବଂ ଫିଙ୍ଗର ଅଞ୍ଚଳ ସମେତ 4 ଟି ପଏଣ୍ଟରେ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଥିଲା । ଅନେକ ଆଲୋଚନା ପରେ ଶେଷେ ଉଭଯ ପକ୍ଷ ଏନେଇ ସହମତି ପ୍ରକାଶ କରିଥିଲେ ଏବଂ ସେଠାରୁ ନିଜ ସୈନ୍ୟ ପଛକୁ ହଟାଇଥିଲେ ।

ସୂତ୍ର ଅନୁଯାୟୀ, ଚୀନ ସେନା ଜିନଜିଆଙ୍ଗ ଏବଂ ତିବ୍ଦତକୁ ସଂଯୋଗ କରୁଥିବା ରାଜପଥର ପୂର୍ବ ଅଞ୍ଚଳରେ ବିପୁଳ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଥିଲା । ଏହାପରେ ସେ ଚୁପଚାପ୍ ସେମାନଙ୍କୁ ଭାରତ ଆଡକୁ ଗତି କରାଇଥିଲା ​​ଯେଉଁଥିରେ ବହୁ ସଂଖ୍ୟକ ଟ୍ରକ୍ ମାଟି ପରିବହନ ପାଇଁ ବ୍ୟବହୃତ ହୋଇଥିଲା। ନିକଟସ୍ଥ ବେସାମରିକ ବିମାନ କ୍ଷେତ୍ରକୁ ଏକ ସାମରିକ କ୍ଷେତ୍ରରେ ପରିଣତ କରାଯାଉଥିଲା । ଲଦାଖରେ ଭାରତୀୟ ଅଞ୍ଚଳ ନିକଟରେ ଚୀନ ନିଜର ଦୁଇଟି ଡିଭିଜନ୍ (20,000ରୁ ଅଧିକ) ସୈନ୍ୟ ନିୟୋଜିତ କରିଥିଲା । ଯେଉଁଥିରୁ ସେମାନେ 48 ଘଣ୍ଟା ମଧ୍ୟରେ ଆଗ ଅଞ୍ଚଳକୁ ଯାଇପାରିବେ ।

ABOUT THE AUTHOR

...view details