ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦକ୍ଷିଣ ରେଳବିଭାଗ ଅନେକ ସ୍ବତନ୍ତ୍ର ଟ୍ରେନକୁ ବାତିଲ କରିଦେଇଛି। ତାମିଲନାଡୁ ସରକାରଙ୍କ ଅନୁରୋଧ କ୍ରମେ ରେଳବିଭାଗ 29 ଜୁନରୁ 15 ଜୁଲାଇ ମଧ୍ୟରେ ରାଜ୍ୟ ଅଧୀନରେ ଚାଲୁଥିବା ସ୍ବତନ୍ତ୍ର ଟ୍ରେନ୍ ବାତିଲ କରିଛି। ପ୍ରକାଶଥାଉକି, ତାମିଲନାଡୁରେ କୋରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣରୁ ଟ୍ରେନ୍ ବାତିଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ତାମିଲନାଡୁରେ ଜୁଲାଇ 15 ଯାଏଁ ସ୍ବତନ୍ତ୍ର ଟ୍ରେନ ଚଳାଚଳ ବନ୍ଦ - india railway special trains
କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦକ୍ଷିଣ ରେଳବିଭାଗ ଅନେକ ସ୍ବତନ୍ତ୍ର ଟ୍ରେନକୁ ବାତିଲ କରିଦେଇଛି। ତାମିଲନାଡୁ ସରକାରଙ୍କ ଅନୁରୋଧ କ୍ରମେ ରେଳବିଭାଗ 29 ଜୁନରୁ 15 ଜୁଲାଇ ମଧ୍ୟରେ ରାଜ୍ୟ ଅଧୀନରେ ଚାଲୁଥିବା ସ୍ବତନ୍ତ୍ର ଟ୍ରେନ୍ ବାତିଲ କରିଛି।
![ତାମିଲନାଡୁରେ ଜୁଲାଇ 15 ଯାଏଁ ସ୍ବତନ୍ତ୍ର ଟ୍ରେନ ଚଳାଚଳ ବନ୍ଦ ତାମିଲନାଡୁରେ ଜୁଲାଇ 15 ଯାଏଁ ସ୍ବତନ୍ତ୍ର ଟ୍ରେନ ଚଳାଚଳ ବନ୍ଦ](https://etvbharatimages.akamaized.net/etvbharat/prod-images/768-512-02:02:25:1593333145-indian-railways-27thfeb-2806newsroom-1593333052-969.jpg)
କୋରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ରେଳବିଭାଗ ସମସ୍ତ ନିୟମିତ ଟ୍ରେନକୁ ବାତିଲ କରିଦେଇଛି। ରେଳବିଭାଗ ବୋର୍ଡ ଗୁରୁବାର କହିଛି ଯେ ସବୁ ନିୟମିତ ମେଲ, ଏକ୍ସପ୍ରେସ ଓ ଯାତ୍ରୀବାହୀ ଟ୍ରେନ ସେବା ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ବାତିଲ ହେବ। ତେବେ ରେଳବିଭାଗ ଅଧୀନରେ 12 ମେ ରୁ ରାଜଧାନୀ ମାର୍ଗରେ ଚାଲୁଥିବା 12 ଯୋଡି ଟ୍ରେନ୍ ଓ ଜୁନ 1 ରୁ ଚାଲୁଥିବା 100 ଯୋଡି ଟ୍ରେନ ଚଳାଚଳ ଜାରି ରହିବ ।
ଶନିବାର ତାମିଲନାଡୁରେ 3,713 ଜଣ ନୂଆ କୋରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ 78,335କୁ ବୃଦ୍ଧି ପାଇଛି। 68 ଜଣ ରୋଗୀଙ୍କ ମୃତ୍ୟୁ ସହିତ ଏପର୍ଯ୍ୟନ୍ତ 1,025 ଜଣଙ୍କର ମୃତ୍ୟୁ ହୋଇଛି।