ଓଡିଶା

odisha

ETV Bharat / bharat

2025ରେ ଭାରତ-ପାକିସ୍ତାନ ମଧ୍ୟରେ ହେବ ଆଣବିକ ଯୁଦ୍ଧ !

କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଚରମ ସୀମାରେ ପହଞ୍ଚିଛି । ଯଦି ଦୁଇ ପଡୋଶୀ ମଧ୍ୟରେ ଏହି ତିକ୍ତତା ଲାଗି ରୁହେ ତେବେ 2025 ମସିହା ସୁଦ୍ଧା ଦୁଇ ଦେଶ ମଧ୍ୟରେ ଆଣବିକ ଯୁଦ୍ଧ ହୋଇପାରେ ବୋଲି ଆମେରିକାର ରଟଗର୍ସ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ଫାଇଲ ଫଟୋ

By

Published : Oct 4, 2019, 3:33 PM IST

Updated : Oct 4, 2019, 6:06 PM IST

ୱାଶିଂଟନ: କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ । ଯଦି ଦୁଇ ପଡୋଶୀ ଦେଶ ମଧ୍ୟରେ ଏହି ଶୀତଳ ଯୁଦ୍ଧ ଲାଗି ରୁହେ ତେବେ ସେ ଦିନ ବେଶି ଦୂର ନୁହେଁ ଯେବେ ଉଭୟ ଦେଶ ମଧ୍ୟରେ ପରମାଣବିକ ଯୁଦ୍ଧ ଆରମ୍ଭ ହେବ । ଏନେଇ ଏକ ଆମେରିକୀୟ ଜର୍ଣ୍ଣାଲରେ ପ୍ରକାଶ ପାଇଛି କି 2025 ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣବିକ ଯୁଦ୍ଧ ହୋଇପାରେ ।

ଯଦି ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧ ହୁଏ ତେବେ ବିଶ୍ବର ପ୍ରାୟ 125 ମିଲିୟନ ଲୋକେ ପ୍ରାଣ ହରାଇବେ । ଏହି ଅଧ୍ୟୟନର ରିପୋର୍ଟ ମୁତାବକ ବର୍ତ୍ତମାନ ଦୁଇ ଦେଶ ପାଖରେ ପ୍ରାୟ 150ଟି ପରମାଣୁ ବୋମା ରହିଛି । କିନ୍ତୁ ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତ ଓ ପାକ୍‌ ନିଜର ଆଣବିକ ଶକ୍ତିକୁ ଦ୍ରୁତ ଗତିରେ ବଢାଇବାରେ ଲାଗିଛନ୍ତି । ଯଦି ଏପରି ଭାବେ ଉଭୟ ଦେଶରେ ପରମାଣୁ ବୋମାର ସଂଖ୍ୟା ବଢେ ତେବେ 2025 ସୁଦ୍ଧା ଏହା 400-500ରେ ଯାଇ ପହଞ୍ଚିବ।

କଶ୍ମୀର ବିବାଦ ଦୁଇ ଦେଶ ମଧ୍ୟରେ ପରମାଣବିକ ଯୁଦ୍ଧ ଘଟାଇବା ପାଇଁ ଯଥେଷ୍ଟ । କିନ୍ତୁ ଦୁଇ ଦେଶର ଏହି ବିବାଦର ପରିଣାମ ସାରା ବିଶ୍ବକୁ ଭୋଗିବାକୁ ହେବ । ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ଯୁଦ୍ଧ ହୁଏ ତେବେ ଜମିର ଉର୍ବରତା ପ୍ରାୟ 15ରୁ 30 ପ୍ରତିଶତ ହ୍ରାସ ପାଇବା ସହ ସାମୂଦ୍ରିକ ଜଳର ମାନ 5ରୁ 15 ପ୍ରତିଶତ ହ୍ରାସ ପାଇବ । ଏଥିସହ ଯୁଦ୍ଧ ଦ୍ବାରା ପରିବେଶ ଉପରେ ପଡିଥିବା ପ୍ରଭାବରୁ ମୁକ୍ତି ପାଇବା ପାଇଁ ପରିବେଶକୁ ପ୍ରାୟ 10 ବର୍ଷ ସମୟ ଲାଗିବ । ତଥାପି ବାୟୁମଣ୍ଡଳରେ ଏକ ମୋଟା ବାଷ୍ପୀୟ ଚାଦର ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ।

Last Updated : Oct 4, 2019, 6:06 PM IST

ABOUT THE AUTHOR

...view details