ଓଡିଶା

odisha

ETV Bharat / bharat

କଏଦୀ ଏବଂ ମତ୍ସଜୀବୀଙ୍କ ସୂଚୀ ଆଦାନ ପ୍ରଦାନ କଲେ ଭାରତ-ପାକିସ୍ତାନ - ମତ୍ସଜୀବୀଙ୍କ ସୂଚୀ ଆଦାନ ପ୍ରଦାନ

ଭାରତ ନିଜ ହେପାଜତରେ ରଖିଥିବା 265 ଜଣ ପାକିସ୍ତାନୀ କଏଦୀ ଏବଂ 97 ମତ୍ସଜୀବୀଙ୍କ ସୂଚୀ ପାକିସ୍ତାନକୁ ହସ୍ତାନ୍ତର କରିଛି । ସେହିପରି ପାକିସ୍ତାନ ନିଜ ହେପାଜତରେ ରଖିଥିବା 54 ଭାରତୀୟ କଏଦୀ ଏବଂ 270 ମତ୍ସଜୀବୀଙ୍କ ସୂଚି ଭାରତକୁ ହସ୍ତାନ୍ତର କରିଛି ।

 ଭାରତ-ପାକିସ୍ତାନ
ଭାରତ-ପାକିସ୍ତାନ

By

Published : Jul 1, 2020, 5:20 PM IST

ନୂଆଦିଲ୍ଲୀ: 2008 ଚୁକ୍ତି ଅନୁଯାୟୀ କଏଦୀ ଏବଂ ମତ୍ସଜୀବୀଙ୍କ ସୂଚି ଆଦାନ ପ୍ରଦାନ କରିଛନ୍ତି ଭାରତ ଏବଂ ପାକିସ୍ତାନ । ବୈଦେଶିକ ମନ୍ତ୍ରାଳୟର ବୟାନ ଅନୁଯାୟୀ ଭାରତ ନିଜ ହେପାଜତରେ ରଖିଥିବା 265 ଜଣ ପାକିସ୍ତାନୀ କଏଦୀ ଏବଂ 97 ମତ୍ସଜୀବୀଙ୍କ ସୂଚୀ ପାକିସ୍ତାନକୁ ହସ୍ତାନ୍ତର କରିଛି । ସେହିପରି ପାକିସ୍ତାନ ନିଜ ହେପାଜତରେ ରଖିଥିବା 54 ଭାରତୀୟ କଏଦୀ ଏବଂ 270 ମତ୍ସଜୀବୀଙ୍କ ସୂଚି ଭାରତକୁ ହସ୍ତାନ୍ତର କରିଛି ।

ତେବେ ଭାରତ ପାକିସ୍ତାନକୁ 7 ଭାରତୀୟ ନାଗରିକତ୍ବ ଥିବା କଏଦୀ ଏବଂ 106 ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କରି ସେମାନଙ୍କୁ ଭାରତକୁ ହସ୍ତାନ୍ତର କରିବା ପାଇଁ କହିଛି । ଏହା ବ୍ୟତୀତ 18 ଜଣ ଭାରତୀୟ ମତ୍ସଜୀବୀ ଏବଂ ନାଗରିକଙ୍କୁ ତତ୍କାଳ କନସୁଲାର ଏକସେସ ପ୍ରଦାନ କରିବାକୁ ପାକିସ୍ତାନକୁ କୁହାଯାଇଛି ।

ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନକୁ କୁହାଯାଇଛି ଯେ, ସେ ଖୁବ ଶୀଘ୍ର ଚିକିତ୍ସା ବିଶେଷଜ୍ଞ ଟିମ୍‌ର ସଦସ୍ୟଙ୍କୁ ଭିଜା ପ୍ରଦାନ କରୁ । ଏହା ସହିତ ବିଭିନ୍ନ ପାକିସ୍ତାନୀ ଜେଲରେ ବନ୍ଦୀ ଭାବରେ ଥିବା ଭାରତୀୟ କଏଦୀଙ୍କ ମାନସିକ ସ୍ଥିତିର ଆକଳନ ପାଇଁ ଦେଶରେ ସେମାନଙ୍କର ଯାତ୍ରାର ସୁବିଧା ପ୍ରଦାନ କରୁ । ଏହା ବ୍ୟତୀତ ପାକିସ୍ତାନ ସଂଯୁକ୍ତ ନ୍ୟାୟିକ ସମିତିର ପ୍ରାରମ୍ଭିକ ଯାତ୍ରାର ଆୟୋଜନ କରୁ ଏବଂ ଭାରତୀୟ ମତ୍ସଜୀବୀଙ୍କ ଡଙ୍ଗା ମୁକ୍ତ କରିବା ଏବଂ ପ୍ରତ୍ୟାବର୍ତ୍ତନ କରିବା ପାଇଁ 4 ସଦସ୍ୟ ବିଶିଷ୍ଟ ଦଳକୁ ଖୁବ ଶୀଘ୍ର କରାଚି ପଠାଉ ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details