ଓଡିଶା

odisha

ETV Bharat / bharat

ଆଜି UNHRCରେ କାଶ୍ମୀର ପ୍ରସଙ୍ଗ ଉଠାଇବ ପାକିସ୍ତାନ - unhrc meeting

UNHRCରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇବାର ଯୋଜନା କରିଛି ପାକିସ୍ତାନ । ସୋମବାରଠାରୁ ଆରମ୍ଭ ହେବାକୁ  ଥିବା UNHRC ଅଧିବେଶନରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାର ସମ୍ପୁର୍ଣ୍ଣ ପ୍ରୟାସ କରିବ ।

ଫାଇଲ ଫଟୋ

By

Published : Sep 9, 2019, 8:09 AM IST

Updated : Sep 9, 2019, 10:15 AM IST

ନୂଆଦିଲ୍ଲୀ: ଚାଲିଆଡୁ ନିରାଶ ହେବା ପରେ ଏବେ ଜାତିସଂଘ ମାନବାଧିକାର ପରିଷଦ (UNHRC)ରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇବାର ଯୋଜନା କରିଛି ପାକିସ୍ତାନ । ସୋମବାରଠାରୁ ଆରମ୍ଭ ହେବାକୁ ଥିବା ୟୁଏନଏଚଆରସି ଅଧିବେଶନରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାର ସମ୍ପୁର୍ଣ୍ଣ ପ୍ରୟାସ କରିବ । ତେବେ ଭାରତ ମଧ୍ୟ ଏହାର କଡା ଜବାବ ଦେଇ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣିଥରେ ପାକିସ୍ତାନକୁ ଲଜ୍ଜିତ କରିବା ପାଇଁ ପ୍ରସ୍ତୁତ ରହିଛି ।

UNHRCର 42 ତମ ଅଧିବେଶନରେ ପାକିସ୍ତାନ ପକ୍ଷରୁ ବିଦେଶମନ୍ତ୍ରୀ ଶାହ ମହମ୍ମୁଦ କୁରେଶୀ ସେପ୍ଟେମ୍ବର 9 ରୁ 12 ମଧ୍ୟରେ ଭାରତ ବିରୋଧରେ ନିଜ ଦେଶର ପ୍ରତିନିଧିତ୍ବ କରିବେ । ସୋପ୍ଟେମ୍ବର 9 ରୁ 27 ମଧ୍ୟରେ ଜେନେଭାରେ ହେବାକୁ ଥିବା ଏହି ଅଧିବେଶନରେ ଯଦି ପାକିସ୍ତାନ ଭାରତ ବିରୋଧରେ ପ୍ରସ୍ତାବ ଆଣିବାକୁ ଚାହେଁ, ତାହେଲେ ତାକୁ ସେପ୍ଟେମ୍ବର 19 ପୂର୍ବରୁ ଆଣିବାକୁ ପ଼ଡିବ । ତେବେ ପାକ୍‌ UNHRCରେ କାଶ୍ମୀର ପ୍ରସଙ୍ଗକୁ ନେଇ ଆଲୋଚନା କିମ୍ବା ପ୍ରସ୍ତାବର ଦାବି କରିପାରେ । କାଶ୍ମୀରକୁ ନେଇ ଭାରତ ସରକାରଙ୍କ ନିଷ୍ପତ୍ତି ମାନବଅଧିକାରର ଉଲଙ୍ଘନ କରୁଥିବା ଦର୍ଶାଇ ପାକିସ୍ତାନ ଏହି ପ୍ରସ୍ତାବ ଆଣିପାରେ ବୋଲି କୁହାଯାଉଛି । ତେବେ ଏହାକୁ ନେଇ ସେ ମତଦାନ ମଧ୍ୟ କରାଇବାକୁ ଆବେଦନ କରିପାରେ ।

ସେପଟେ ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ପୂର୍ବରୁ ହିଁ UNHRCର ସମସ୍ତ 47 ସଦସ୍ୟଙ୍କ ସହ ଆଲୋଚନା କରି ସେମାନଙ୍କୁ କାଶ୍ମୀର ସ୍ଥିତି ଉପରେ ଅବଗତ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ ଏଠାରେ ମଧ୍ୟ ପାକିସ୍ତାନକୁ ନିରାଶ ହେବାକୁ ପଡିପାରେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ଅନ୍ତରାଷ୍ଟ୍ରୀୟକରଣ କରିବାର ପ୍ରୟାସ କରିଥିଲା । ଏନେଇ ସେ ଜାତିସଙ୍ଘ ସୁରକ୍ଷା ପରିଷଦର ଦ୍ବାରସ୍ଥ ହୋଇଥିଲା । କିନ୍ତୁ ସେଠାରେ ମଧ୍ୟ ତାକୁ ନିରାଶ ହେବାକୁ ପଡିଥିଲା । ଚୀନ ଛଡା ଅନ୍ୟ କୌଣସି ରାଷ୍ଟ୍ର କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସମର୍ଥନ କରିନଥିଲେ । ସମସ୍ତେ ଏହାକୁ ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି କହିଥିଲେ ।

Last Updated : Sep 9, 2019, 10:15 AM IST

ABOUT THE AUTHOR

...view details