ଓଡିଶା

odisha

ETV Bharat / bharat

ଟ୍ରମ୍ପଙ୍କ ମଧ୍ୟସ୍ଥି ପ୍ରସଙ୍ଗ: କେବଳ ପାକିସ୍ତାନ ସହ ଆଲୋଚନାକୁ ଭାରତ ଆଗ୍ରହୀ

କାଶ୍ମୀର ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥି ହେବାକୁ ଟ୍ରମ୍ପ ଦେଇଥିବା ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଛି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Aug 2, 2019, 12:43 PM IST

ନୂଆଦିଲ୍ଲୀ: କାଶ୍ମୀର ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥି ହେବାକୁ ଟ୍ରମ୍ପ ଦେଇଥିବା ପ୍ରସ୍ତାବକୁ ରୋକଠୋକ୍ ପ୍ରତ୍ୟାଖ୍ୟାନ କରିଛି ଭାରତ । କାଶ୍ମୀର ସମସ୍ୟାର ସମାଧାନ ପାଇଁ କେବଳ ପାକିସ୍ତାନ ସହ ଆଲୋଚନା କରାଯିବ ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି । ଥାଇଲାଣ୍ଡରେ ଅନୁଷ୍ଠିତ ଏସୀୟାନ୍ ବୈଠକରେ ଯୋଗଦେବା ଅବସରରେ ସେ ଏହା ପ୍ରକାଶ କରିଛନ୍ତି ।

ଏସୀୟାନ୍ ବୈଠକ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଆମେରିକା ପରରାଷ୍ଟ୍ର ସଚିବ ମାଇକ ପମ୍ପେଓଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହି ଆଲୋଚନାରେ ଭାରତ ଓ ପାକିସ୍ତାନର କାଶ୍ମୀର ସମସ୍ୟା ସମାଧାନ ଦିଗରେ ଆମେରିକା ରାଷ୍ଟ୍ରପତି ମଧ୍ୟସ୍ଥତା କରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ । ହେଲେ ବୈଦେଶିକ ମନ୍ତ୍ରୀ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମସ୍ୟା ଦ୍ବିପାକ୍ଷିକ । ତେଣୁ ଭାରତ କେବଳ ପାକିସ୍ତାନ ସହ ଆଲୋଚନା କରିବାକୁ ରାଜିଅଛି । ଅନ୍ୟ କାହା ସହ ନୁହେଁ।

ଗତକାଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ସେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦର ମଧ୍ୟସ୍ଥତା କରିପାରିବେ । ପୂର୍ବରୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କୁ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା କଥା ମଧ୍ୟ ସେ କହିଥିଲେ।

ଗତକିଛି ଦିନ ତଳେ କାଶ୍ମୀର ପ୍ରସଙ୍ଗରେ ଭାରତ, ହ୍ବାଇଟ ହାଉସର ସହାୟତା ଲୋଡୁଥିବା ଟ୍ରମ୍ପ ପ୍ରକାଶ କରିଥିଲେ । ଯାହାକୁ ପରେ ୱାଇଟ ହାଉସ ପକ୍ଷରୁ ଖଣ୍ଡନ କରାଯାଇଥିଲା।

ABOUT THE AUTHOR

...view details