ଓଡିଶା

odisha

ETV Bharat / bharat

ଭାରତ-ଚୀନ ସୀମା ଉତ୍ତେଜନା: ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତର ନା - resolve border row peacefully

ଚୀନ ସହିତ ସୀମା ବିବାଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଛି । ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଚୀନ୍ ସହିତ ଯୋଗାଯୋଗ କରୁଛୁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ।

india on trump
ଭାରତ-ଚୀନ ସୀମା ଉତ୍ତେଜନା: ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତର ନା

By

Published : May 28, 2020, 11:08 PM IST

ନୂଆଦିଲ୍ଲୀ: ଚୀନ ସହିତ ସୀମା ବିବାଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଛି । ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଚୀନ୍ ସହିତ ଯୋଗାଯୋଗ କରୁଛୁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଚାଲିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କେ. ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଏହି ସମସ୍ୟାର ସମାଧାନ ପାଇଁ ଚୀନ୍ ସହିତ ଦ୍ବିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଭାରତୀୟ ସୈନିକମାନେ ସମସ୍ତ କଠୋର ପ୍ରକ୍ରିୟା ପାଳନ କରୁଛନ୍ତି । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ଯବାନମାନେ ସୀମା ପରିଚାଳନା ପ୍ରତି ଅତ୍ୟନ୍ତ ଦାୟିତ୍ବପୂର୍ଣ୍ଣ ମନୋଭାବ ପୋଷଣ କରିଛନ୍ତି । ଭାରତ, ଚୀନ୍ ସାମରିକ ଏବଂ କୂଟନୈତିକ ସ୍ତରରେ କଥାବାର୍ତ୍ତା ମାଧ୍ୟମରେ ସୀମା ସମସ୍ୟାର ସମାଧାନ ପାଇଁ କୌଶଳ ଜାରି ରଖିଛନ୍ତି ।

ଚୀନ୍ ସହିତ ଏଲଏସି ଉପରେ ଚାଲିଥିବା ଉତ୍ତେଜନାକୁ ନେଇ କେନ୍ଦ୍ର ସରକାର ସତର୍କ ଅଛନ୍ତି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ ଏବଂ ସିଡିଏସ ବିପିନ୍ ରାୱତଙ୍କ ସହ ସୀମାର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜେ ଏହି ଘଟଣାର ନଜର ରଖିଛନ୍ତି। ତେବେ ଅନେକ ଦିନ ଧରି ଚାଲିଥିବା ଉତ୍ତେଜନା ମଧ୍ୟରେ ବୁଧବାର ଦିନ ଚୀନ୍‌ର ମନୋଭାବରେ ପରିବର୍ତ୍ତନ ଆସିଛି।

ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଦେଇଛି ଯେ ସୀମାରେ ସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣରେ ରହିଛି । ଭାରତରେ ଚୀନର ରାଷ୍ଟ୍ରଦୂତ ମଧ୍ୟ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କକୁ ପ୍ରୋତ୍ସାହିତ କରିଥିଲେ କିନ୍ତୁ ଲଦାଖରେ ଚୀନ୍‌ର ଆକ୍ରମଣାତ୍ମକ ନୀତି ଉପରେ ଭାରତ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ।

ABOUT THE AUTHOR

...view details