ନୂଆଦିଲ୍ଲୀ: କୋରୋନା ସଂକ୍ରମଣର ଏନ୍ତୁଡିଶାଳ ଚୀନର ଉହାନ ଏବେ ଚଳଞ୍ଚଳ । ମହାମାରୀରେ ସାରା ବିଶ୍ବ ତ୍ରାହି ତ୍ରାହି ଡାକୁଥିବା ବେଳେ ଚୀନରେ ସବୁ ସ୍ବାଭାବିକ । ବିଶ୍ବର ଶତାଧିକ ରାଷ୍ଟ୍ର କୋରୋନାରେ ଅଣାୟତ୍ତ । ଏବେ ଅନ୍ୟ କିଛି ଦେଶ ଭଳି ଭାରତରେ କୋରୋନା ସ୍ଥିତି ଗମ୍ଭୀର ହେବାକୁ ଲାଗିଛି । ସଦ୍ୟ ରିପୋର୍ଟ ଭାରତ କୋରୋନା ସଂକ୍ରମଣ ମାମଲାରେ ଚୀନକୁ ଟପିଛି । ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଜନ ହପକିନ୍ସ ୟୁନିଭର୍ସିଟ ଅନୁସାରେ ଭାରତରେ କୋରୋନା ସଂକ୍ରମଣ ରିପୋର୍ଟ 85546 ଥିବା ବେଳେ ଚୀନରେ 84031 ରିପୋର୍ଟ ରହିଛି ।
ବର୍ତ୍ତମାନ ଚାଇନାର ସରକାରୀ ରିପୋର୍ଟ ଅନୁସାରେ ଦେଶରେ 82,933 ଅତିକ୍ରମ କରିଛି କୋରୋନା ରିପୋର୍ଟ । ଯଦିଓ କୋରୋନାର କେନ୍ଦ୍ରସ୍ଥଳ ଉହାନ ସହରରେ ବର୍ତ୍ତମାନ 100 ଲୋକ ଚିକିତ୍ସିତ ହେଉଛନ୍ତି । କୋଭିଡ-19 କାରଣରୁ ଚୀନରେ 4,633 ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଚୀନରେ 78,000ରୁ ଅଧିକ ଲୋକ ଡିସଚାର୍ଜ ହୋଇଛନ୍ତି ।