ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି । ପୂର୍ବରୁ ଜାତିସଂଘର ଏକ ରିପୋର୍ଟରୁ ଜଣାପଡିଥିଲା ଯେ ଆସନ୍ତା 20ରୁ 30 ବର୍ଷ ମଧ୍ୟରେ ମରୁଡି, ବନ୍ୟା ସାମୁଦ୍ରିକ ଝଡ ହେବାର ଆଶଙ୍କା କରାଯାଉଛି । ଅନେକ ବିଶେଷଜ୍ଞ ମଧ୍ୟ ଜଳବାୟୁ ପରିବର୍ତ୍ତନ ନେଇ ଚେତାବନୀ ଦେଇଆସୁଛନ୍ତି । ଏହାରି ମଧ୍ୟରେ ଜଳବାୟୁ ପରିବର୍ତ୍ତନ ନେଇ ଭାରତ ଦାୟୀ ନୁହେଁ ବୋଲି ବୟାନ ଦେଇଛନ୍ତି କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରୀ ପ୍ରକାଶ ଜାଭଡେକର । ଏହାସହ ବିଶ୍ଵ ଆକଳନ ଅନୁଯାୟୀ ଭାରତର ସାମଗ୍ରିକ ନିର୍ଗମନ ମାତ୍ର 6.8 ପ୍ରତିଶତ ବୋଲି ମନ୍ତ୍ରୀ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଉପରେ ପ୍ୟାରିସ ଚୁକ୍ତିନାମାକୁ ଅନୁପାଳନ କରୁଥିବା ଭାରତ ହେଉଛି ଏକମାତ୍ର ଜି -20 ଦେଶ। ପ୍ୟାରିସ ଚୁକ୍ତିନାମାର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଉପରେ ଭାରତ' ଆଲୋଚନା କରୁଛି କାରଣ 2030 ସୁଦ୍ଧା ନିର୍ଗମନକୁ 33ରୁ 35 ପ୍ରତିଷତ ହ୍ରାସ କରିବାର ଲକ୍ଷ୍ୟ ରଖିଥିବା ଭାରତ 21% ହାସଲ କରିସାରିଛି ।