ନୂଆଦିଲ୍ଲୀ: ଆସନ୍ତା ୧ ବର୍ଷ ପାଇଁ ଦେଶରେ କୋରୋନା ଟିକା ବଣ୍ଟନ କରିବାକୁ ବିପୁଳ ପାଣ୍ଠି ଆବଶ୍ୟକ । ତେଣୁ କେନ୍ଦ୍ର ସରକାର ଦେଶରେ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବାପାଇଁ ଯୋଜନା କରିଛନ୍ତି । କାରଣ ସାରା ଭାରତରେ ଟିକା ବଣ୍ଟନ ପାଇଁ ଦେଶକୁ ୮୦ ହଜାର କୋଟି ଆବଶ୍ୟକ । ଏବେ ସିରମ୍ ଇନଷ୍ଟିଚ୍ୟୁଟ୍-ଅକ୍ସଫୋର୍ଡର କୋଭିସିଲ୍ଡ, ଭାରତ ବାୟୋଟେକ୍ର କୋଭାକ୍ସିନ୍ ଏବଂ ଫାଇଜର୍ ଟିକା ଜରୁରୀକାଳିନ ବ୍ୟବହାର ତାଲିକାରେ ରହିଛି ।
ଟିକା ବଣ୍ଟନ ପାଇଁ ଭାରତକୁ ୮୦ ହଜାର କୋଟି ଆବଶ୍ୟକ:ସେରମ - India needs Rs 80,000 crore for vaccine distribution
ଆସନ୍ତା 1 ବର୍ଷ ପାଇଁ ଦେଶରେ କୋରୋନା ଟିକା ବଣ୍ଟନ କରିବାକୁ ଭାରତକୁ ୮୦ ହଜାର କୋଟି ଆବଶ୍ୟକ । ତେଣୁ କେନ୍ଦ୍ର ସରକାର ଦେଶରେ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବାପାଇଁ ଯୋଜନା କରିଛନ୍ତି । ଅଧିକ ପଢନ୍ତୁ...
ଟିକା ବଣ୍ଟନ ପାଇଁ ଭାରତକୁ ୮୦ ହଜାର କୋଟି ଆବଶ୍ୟକ: ସିରମ
ତେବେ କେନ୍ଦ୍ର ସରକାରଙ୍କୁ ଆସନ୍ତା ବର୍ଷକ ପାଇଁ ଟିକା ବଣ୍ଟନ କରିବାକୁ ବିପୁଳ ପାଣ୍ଠି ସହ ପ୍ରସ୍ତୁତ ରହିବା ଉଚିତ ବୋଲି ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ) ପକ୍ଷରୁ କୁହାଯାଇଛି । ଟିକାକରଣ ଏକ ବଡ଼ ଚ୍ୟାଲେଞ୍ଜ । ସେଥିପାଇଁ ସମସ୍ତ ପକ୍ଷଙ୍କୁ ଏଦିଗରେ କାମ କରିବାକୁ ପଡ଼ିବ ବୋଲି ସେରମ ଇନଷ୍ଟିଚ୍ୟୁଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ସତୀଶ ଡି ରାଭେତକର କହିଛନ୍ତି ।