ଓଡିଶା

odisha

ଚୀନକୁ ଟକ୍କର ଦେବାକୁ ପ୍ରସ୍ତୁତ: ଫରୱାର୍ଡ ବେସରେ ପହଞ୍ଚିଲା ଯୁଦ୍ଧ ବିମାନ

By

Published : Jun 20, 2020, 10:36 AM IST

ସୀମାରେ ବିଗୁଡିଥିବା ପରିସ୍ଥିତିକୁ ଦେଖି ଭାରତ ଚୀନକୁ ମୁକାବିଲା କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛି । ଶୁକ୍ରବାର ଲେହ ଓ ଲଦାଖ ସ୍ଥିତି ସମୀକ୍ଷା କରିଥିଲେ ବାୟୁସେନା ପ୍ରମୁଖ ।

ଫରୱାର୍ଡ ବେସରେ ପହଞ୍ଚିଲା ଯୁଦ୍ଧ ବିମାନ
ଫରୱାର୍ଡ ବେସରେ ପହଞ୍ଚିଲା ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଚୀନକୁ ଟକ୍କର ଦେବାକୁ ସବୁ ପ୍ରକାରର ପ୍ରସ୍ତୁତ ଜାରି ରହିଛି । ସୀମାରେ ସମରସଜ୍ଜା ଆରମ୍ଭ କରିଦେଇଛନ୍ତି ଭାରତୀୟ ସେନା । ଚୀନକୁ ମୁକାବିଲା କରିବାକୁ ଫରୱାର୍ଡ ବେସକୁ ଯୁଦ୍ଧ ବିମାନ ପଠାଯାଇଛି । ଏହାସହ ସ୍ଥଳଭାଗରେ ଅଧିକ ସେନା ମୁତୟନ କରାଯାଇଛି । ଏପରିକି ବଙ୍ଗୋପସାଗରରେ ମଧ୍ୟ ଅତିରିକ୍ତ ଯୁଦ୍ଧ ଜାହାଜ ପ୍ରସ୍ତୁତ ରହିଛି ।

ସୀମାରେ ବିଗୁଡିଥିବା ପରିସ୍ଥିତିକୁ ଦେଖି ଭାରତ ପକ୍ଷରୁ ସୀମାରେ ଆପାଚେ ହେଲିକପ୍ଟର ପଠାଯାଇଛି । ଏହା ଟ୍ୟାଙ୍କକୁ ଧ୍ବଂସ କରିବାରେ ସକ୍ଷମ ରହିଛି । ଚିନୁକ ହେଲିକପ୍ଟର ମଧ୍ୟ ପଠାଯାଇଛି । ଯାହା ଦ୍ବାରା ଜରୁରୀ ପରିସ୍ଥିତିରେ ଅଧିକ ସଂଖ୍ୟକ ଯବାନ ଓ ଯୁଦ୍ଧ ସାମଗ୍ରୀ ପଠାଯାଇପାରିବ । ଏହାସହ ସୁଖୋଇ-30ଏମକେଆଇ, ମିଗ-29 ଜାଗୁଆର ଯୁଦ୍ଧ ବିମାନ ଦ୍ବାରା ଭାରତ ପକ୍ଷରୁ ନଜର ରଖାଯାଇଛି ।

ସୂଚନାଯୋଗ୍ୟ, ଲଦାଖରେ ଚୀନ ସହ ଭାରତୀୟ ସେନାଙ୍କ ସଂଘର୍ଷ ପରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଯାହାକୁ ନେଇ 3 ସେନା ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି । ଶୁକ୍ରବାର ବାୟୁସେନା ମୁଖ୍ୟ ଲଦାଖ ଓ ଲେହ ସୀମା ଯାଇ ସ୍ଥିତି ସମୀକ୍ଷା କରିଥିଲେ । ଚୀନକୁ ମୁକାବିଲା କରିବାକୁ ସବୁ ଆଡୁ ପ୍ରସ୍ତୁତ ହେଉଛି ଭାରତ ।

ପୂର୍ବ ଲଦାଖରେ ଗତ ସୋମବାର ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତୀୟ 20 ଯବାନ ଶହୀଦ ହୋଇଛନ୍ତି । ଏଥିରେ 76 ଜଣ ସେନା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ABOUT THE AUTHOR

...view details