ଓଡିଶା

odisha

ETV Bharat / bharat

କାଶ୍ମୀର ଘାଟିରେ ଫୋନ ଓ ଇଣ୍ଟରନେଟ ସେବା ଆରମ୍ଭ - relaxation restriction in jammu kashmir

ସ୍ବାଭାବିକ ହେବାରେ ଲାଗିଛି ଜମ୍ମୁକାଶ୍ମୀରର ସ୍ଥିତି । ଘାଟିରେ ଫୋନ ଓ ଇଣ୍ଟରନେଟ ସେବା ଉପରେ ଜାରି ହୋଇଥିବା କଟକଣାକୁ ହଟାଇ ଦିଆଯାଇଛି । ଏଠାକାର ପରିସ୍ଥିତିରେ ସୁଧାର ଆସିବା ପରେ ଆସନ୍ତା ସୋମବାର ଖୋଲିବାକୁ ଯାଉଛି ଏଠାରେ ଥିବା ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟ ।

ଫାଇଲ ଫଟୋ

By

Published : Aug 17, 2019, 9:57 AM IST

ଶ୍ରୀନଗର: ପରିସ୍ଥିତିରେ ସୁଧାର ଆସିବା ପରେ ଜାମ୍ମୁକାଶ୍ମୀରରେ ଆରମ୍ଭ ହୋଇଛି ଫୋନ ଓ ଇଣ୍ଟରନେଟ ସେବା । ଏଠାରୁ 370 ଧାରା ହଟାଇ ଦିଆଯିବା ପରେ ଏହି ସେବା ଉପରେ କଟକଣା ଲଗା ଯାଇଥିଲା । ବର୍ତ୍ତମାନ ଠାରୁ ଜମ୍ମୁ, ସାମ୍ବା, ରିଆସି, କଠୁଆ ଏବଂ ଉଦ୍ଧାମପୁରରେ ଆରମ୍ଭ ହୋଇଯାଇଛି ଫୋନ ଓ 2ଜି ଇଣ୍ଟରନେଟ ସେବା ।

ଅନ୍ୟପଟେ ସ୍ଥିତି ସୁଧୁରି ଥିବାରୁ ଆସନ୍ତା ସୋମବାରରୁ ଏଠାରେ ଥିବା ଶିକ୍ଷାନୁଷ୍ଠାନ ସହ ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ଯାଉଛି । ଜମ୍ମୁକାଶ୍ମୀରକୁ ବିଶେଷ ସ୍ବତନ୍ତ୍ରତା ପ୍ରଦାନ କରୁଥିବା ସମ୍ବିଧାନର 370 ଧାରାକୁ କେନ୍ଦ୍ର ସରକାର ଉଚ୍ଛେଦ କରିବା ପରେ, ଏଠାକାର ଆଇନ ଶୃଙ୍ଖଳାକୁ ଦୃଷ୍ଟିର ରଖି 144 ଧାରା ଲାଗୁ କରାଯାଇଥିଲା । ଯାହା ଫଳରେ କାଶ୍ମୀର ଘାଟିରେ 12 ଦିନ ପର୍ଯ୍ୟନ୍ତ ଯୋଗାଯୋଗ ସେବା ପ୍ରଭାବିତ ହୋଇଥିବା ବେଳେ ସରକାରୀ ପ୍ରତିଷ୍ଠାନକୁ ବନ୍ଦ କରାଯାଇଥିଲା।

ଗତକାଲି ଜମ୍ମୁକାଶ୍ମୀରର ମୁଖ୍ୟ ଶାସନ ସଚିବ ବି.ଭି.ଆର ସୁବ୍ରମଣ୍ୟମ୍‌ ସମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟର ସ୍ଥିତି ପ୍ରସଙ୍ଗରେ ମତ ରଖିଥିଲେ । ଘାଟିରେ ଖୁବ ଶୀଘ୍ର ସମସ୍ତ କଟକଣା ପ୍ରତ୍ୟାହାର କରାଯିବ ସହ ସ୍କୁଲ-କଲେଜ ଖୋଲିବ ବୋଲି କହିଥିଲେ । ଏଠାରୁ 370 ଧାରାର ଉଚ୍ଛେଦ ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାଇଥିଲେ । ସେପଟେ 144 ଧାରା ଲାଗୁ ହେବା ପର ଠାରୁ ରାଜ୍ୟରେ ସ୍ବାସ୍ଥ୍ୟସେବା ସହ ଖାଦ୍ୟ ଯୋଗାଇ ଦିଆଯାଉଛି।

ABOUT THE AUTHOR

...view details