ନୂଆଦିଲ୍ଲୀ: ଲଦାଖ ସୀମାରେ ଉତ୍ତେଜନା ମଧ୍ୟରେ ଚୀନକୁ କାଉଣ୍ଟର ଆଟାକ୍ କରିବା ପାଇଁ ବଡ ପଦକ୍ଷେପ ନେଇଛି ଭାରତ । ମିଆଁମାରରେ 6 ଆରବ ଡଲାରର ତୈଳ ବିଶୋଧନାଗାର ତଥା ପେଟ୍ରୋଲିୟମ ରିଫାଇନାରୀ ପ୍ରତିଷ୍ଠା କରିବାକୁ ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।
ଅଧିକାରୀଙ୍କ କହିବା ଅନୁଯାୟୀ ଭାରତୀୟ ତୈଳ ନିଗମ ଲିମିଟେଡ (IOCL) ଏହି ପ୍ରକଳ୍ପ ପ୍ରତି ଆଗ୍ରହ ଦେଖାଇଛି | ଏହି ପ୍ରକଳ୍ପ ଉଭୟ ଭାରତ ଏବଂ ମିଆଁମାର ପାଇଁ ଲାଭଦାୟକ ପ୍ରମାଣିତ ହେବ ବୋଲି ସେ କହିଛନ୍ତି। ମିଆଁମାରର ଶକ୍ତି କ୍ଷେତ୍ରରେ ଚୀନ ଏକାକି 70 ପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗ କରିଥାଏ । ହେଲେ ସେଠାରେ ସ୍ବଳ୍ପ ରିଫାଇନାରୀ ରହିଛି । ମିଆଁମାର ମୁଖ୍ୟତଃ ଘରୋଇ ବ୍ୟବହାର ପାଇଁ ତୈଲ ଆମଦାନୀ କରିଥାଏ ।