ନୂଆଦିଲ୍ଲୀ: ଇଣ୍ଡିଆ ଜଷ୍ଟିସ ରିପୋର୍ଟ 2019 ଜାରି କରାଯାଇଛି । ସମଗ୍ର ଦେଶରେ ସର୍ବୋତ୍କୃଷ୍ଟ ଆଇନ କାନୁନ ବ୍ୟବସ୍ଥା ମହାରାଷ୍ଟ୍ରରେ ରହିଛି । ନାଗରିକଙ୍କୁ ନ୍ୟାୟ ଦେବା କ୍ଷମତା ଉପରେ ଭାରତରେ ସାମର୍ଥ୍ୟର ମାନ୍ୟତା ଜାରି କରାଯାଇଛି । ଏଥିରେ 18 ବଡ ଓ ମଧ୍ୟମ ଆକାର (1 କୋଟିରୁ ଊର୍ଦ୍ଧ୍ବ ଜନସଂଖ୍ୟା) ବିଶିଷ୍ଟ ରାଜ୍ୟକୁ ସାମିଲ କରାଯାଇଛି । ଏହି କ୍ରମରେ ଲୋକଙ୍କୁ ନ୍ୟାୟ ଦେବା ମାମଲାରେ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି ।
ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ-2019 ଏହି ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ର ପଛକୁ ଦ୍ବିତୀୟ ସ୍ଥାନରେ ସିକ୍କିମ ଏବଂ ହିମାଚଳ ପ୍ରଦେଶ ରହିଛି । ଏହାସହ ଆଇନ ବ୍ୟବସ୍ଥାର ସବୁଠାରୁ ଖରାପ ସ୍ଥିତି ଉତ୍ତର ପ୍ରଦେଶର ରହିଛି । ଏହି ତାଲିକାରେ ଓଡିଶାର ସ୍ଥାନ 7 ନମ୍ବରରେ ରହିଛି ।
ଏହି ମାନ୍ୟତା ଇଣ୍ଡିଆ ଜଷ୍ଟିସ ରିପୋର୍ଟ-2019(IJR-2019)ରେ ସୂଚନା ପ୍ରଦାନ କରାଯାଇଛି । ଏହି ମାନ୍ୟତା ପ୍ରସ୍ତୁତ କରିବା ପାଇଁ ନ୍ୟାୟ ପ୍ରକ୍ରିୟାର ଚାରିଗୋଟି ସ୍ତମ୍ଭର ପରିସଂଖ୍ୟାନର ଅଧ୍ୟୟନ କରାଯାଇଛି । ଏହି ସ୍ତମ୍ଭ ହେଲା ପୋଲିସ, ନ୍ୟାୟ ବ୍ୟବସ୍ଥା, ଜେଲ ଓ ଆଇନ ସହାୟତକୁ ଗଭୀର ଅଧ୍ୟୟନ କରି ରିପୋର୍ଟ ପ୍ରକାଶ କରାଯାଇଛି । 18 ବଡ ରାଜ୍ୟ ମଧ୍ୟରୁ ପ୍ରଥମ 10 ଟି ସ୍ଥାନ ଏହିପରି । ମହାରାଷ୍ଟ୍ର, କେରଳ, ତାମିଲନାଡୁ, ପଞ୍ଜାବ, ହରିୟାଣା, କର୍ଣ୍ଣାଟକ, ଓଡିଶା, ଗୁଜରାଟ, ମଧ୍ୟ ପ୍ରଦେଶ ଏବଂ ଛତିଶଗଡ ।
7 ଛୋଟ ରାଜ୍ୟରେ (ଏକ କୋଟିରୁ କମ ଜନସଂଖ୍ୟା) ରେ ଗୋଆ ଏକ ନମ୍ବରରେ ରହିଛି । ଦ୍ବିତୀୟ ସ୍ଥାନରେ ସିକ୍କିମ ଏବଂ ହିମାଚଳ ପ୍ରଦେଶ ରହିଛି ।
ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ମାନଦଣ୍ଡର ବଜେଟ୍, ମାନବ ସମ୍ବଳ, କର୍ମଚାରୀଙ୍କ କାର୍ଯ୍ୟଭାର, ବିବିଧତା, ଭିତ୍ତିଭୂମି ସେବା ଓ ସୁବିଧା ଓ ପ୍ରବୃତ୍ତି ଆଦିକୁ ବିଶ୍ଲେଷଣ କରାଯାଇଛି । ଏହି ବିସ୍ତୃତ ବିଶ୍ଲେଷଣ ଆଧାରରେ ରାଜ୍ୟ ମାନଙ୍କର ସୂଚୀ ପ୍ରସ୍ତୁତ କରାଯାଇଛି ।