ଓଡିଶା

odisha

ETV Bharat / bharat

ପ୍ରକାଶ ପାଇଲା GII 2019: ଉଦ୍ଭାବନ କ୍ଷେତ୍ରରେ ଆଗେଇଛି ଭାରତ - ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ

ନୂଆଦିଲ୍ଲୀ ଠାରେ ପ୍ରକାଶ ପାଇଛି ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ 2019 । ସୂଚକାଙ୍କରେ 5ଟି ସ୍ଥାନ ଉପରକୁ ଉଠି ଭାରତ 52ତମ ସ୍ଥାନରେ ପହଁଞ୍ଚିଛି । ଏହି ସୂଚକାଙ୍କ ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସମେତ ଅନେକ ବ୍ୟକ୍ତି ଯୋଗ ଦେଇଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର @PiyushGoyal

By

Published : Jul 24, 2019, 11:47 PM IST

ନୂଆଦିଲ୍ଲୀ: ବୁଧବାର ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ (Global Innovation Index) 2019 ହୋଇଛି । ଏହି ସୂଚକାଙ୍କ ଅନୁସାରେ ବିଗତ ବର୍ଷ ଅପେକ୍ଷା ଭାରତ 5 ପାଇଦାନ ଓ ଗତ ପାଞ୍ଚ ବର୍ଷ ଅପେକ୍ଷା 29ଟି ସ୍ଥାନ ଉପରକୁ ଉଠି 52 ନମ୍ବର ସ୍ଥାନରେ ପହଁଞ୍ଚିଛି । 2015ରେ 81ତମ ସ୍ଥାନରେ ରହିଥିଲା ଭାରତ । ଏହି ସୂଚକାଙ୍କରେ ଚଳିତ ବର୍ଷ ମଧ୍ୟ ସ୍ବିଜରଲାଣ୍ଡ ଶ୍ରେଷ୍ଠ ସ୍ଥାନ ବଜାୟ ରଖିଥିବା ବେଳେ ପ୍ରଥମ ଥର ପାଇଁ ଇସ୍ରାଏଲ ଶ୍ରେଷ୍ଠ 10ଟି ଦେଶ ମଧ୍ୟରେ ସ୍ଥାନ ପାଇଛି ।

1015 ପରେ ଜିଆଇଆଇ (Global Innovation Index)ରେ 29ଟି ସ୍ଥାନ ଉପରକୁ ଉଠିଥିବା ଭାରତ ଯେକୌଣସି ପ୍ରମୁଖ ଆର୍ଥିକ ବ୍ୟବସ୍ଥାର ସବୁଠାରୁ ବଡ ଅଭିବୃଦ୍ଧିର ପ୍ରତିନିଧିତ୍ୱ କରେ । ଏହାସହ ଭାରତ ଉଦ୍ଭାବନର ଗୁଣବତ୍ତା ଦୃଷ୍ଟିରୁ ମଧ୍ୟମ ଆର୍ଥିକ ବ୍ୟବସ୍ଥା ଥିବା ଦେଶ ଗୁଡିକ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି।

ଡିଜାଇନ ଫଟୋ

ନୂତନ ଜିଆଇଆଇ ମାନ୍ୟତାରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ 2011ରୁ କ୍ରମାଗତ ଭାବେ ସବୁ ବର୍ଷ ଭାରତ ମଧ୍ୟ ଓ ଦକ୍ଷିଣ ଏସିଆର ସବୁଠାରୁ ଅଭିନବ ଦେଶ ଭାବେ ପ୍ରତିନିଧିତ୍ୱ କରି ଆସୁଛି । ଭାରତର ଏହି ଉପଲବ୍ଧି ପାଇଁ ସମସ୍ତ ଶ୍ରେୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆର୍ଥିକ ସୂଚକ ଯଥା ଉତ୍ପାଦନ ବୃଦ୍ଧି, ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ସେବା ଗୁଡିକର ପ୍ରଚାରକୁ ଦିଆଯାଇଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର @PiyushGoyal

ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଉଦ୍ଭାବନ ବା ନବୀକରଣ ଭାରତ ପାଇଁ ନୂଆ ନୁହେଁ ଆମେ ଆର ଆଣ୍ଡ ଡିରେ ନିଜ ବ୍ୟୟ ବୃଦ୍ଧି କରିବା ଉପରେ ଗମ୍ଭୀରତାର ସହ ବିଚାର କରିବୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ‘‘ ଶହ ଶହ ଅଟଳ ଉଦ୍ଭାବନ ଲ୍ୟାବ ଠାରୁ ଆରମ୍ଭ କରି ମଙ୍ଗଳଯାନ ଓ ଚନ୍ଦ୍ରଯାନ ପର୍ଯ୍ୟନ୍ତ, ଏହି ନୂତନ ଦୃଷ୍ଟିକୋଣ ଓ ସରକାରଙ୍କ ଏଥିରେ ଜଡିତ ହେବା ଭାରତ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିଛି । ବର୍ତ୍ତମାନ ଆମେ ଗୋଟିଏ ଅଧିକ ସମୃଦ୍ଧ ଦେଶ ହେବା ଦିଗରେ ଅଗ୍ରସର ହେଉଛୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ।

କେନ୍ଦ୍ର ସରକାରଙ୍କ ଦ୍ବାରା ଦେଶରେ ବିକାଶ ଓ ଅଭିନବୀକରଣ ବା ଉଦ୍ଭାବନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ନିଆ ଯାଇଥିବା ପଦକ୍ଷେପ ଗୁଡିକ ବିଷୟରେ ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ ଗୋଏଲ କହିଛନ୍ତି, ପ୍ରଥମଥର ପାଇଁ ଭାରତରେ ବିଶ୍ବ ସ୍ଥରୀୟ ଜିଆଇଆଇ 2019ର ଉନ୍ମୋଚନ ହେବା ଭାରତ ଇତିହାସର ଏକ ଅବିସ୍ମରଣୀୟ ଅଧ୍ୟାୟ । ‘‘ଭାରତ ଅଭିନବୀକରଣ କ୍ଷେତ୍ରରେ ପ୍ରମୁଖ ଆଭିମୁଖ୍ୟ ଗ୍ରହଣ କରିବ ଏବଂ ବିଶ୍ବ ସ୍ତରରେ ବିକାଶର ଯାଜୁଲ୍ୟମାନ ନକ୍ଷତ୍ର ହେବ ଭାରତ " ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details