ଓଡିଶା

odisha

ETV Bharat / bharat

ପାକିସ୍ତାନର ପାଣି ବନ୍ଦ କରିବ ଭାରତ ! - india

ଦେଶରୁ ପାକିସ୍ତାନକୁ ଯାଉଥିବା ପାଣି ବନ୍ଦ କରିବାକୁ ମଙ୍ଗଳବାର ସଙ୍କେତ ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ । ସିନ୍ଧୁ ଜଳବଣ୍ଟନ ଚୁକ୍ତି ଅନୁସାରେ ଭାରତ ନିଜ ଭାଗର ପାଣିକୁ ମଧ୍ୟ ପାକିସ୍ତାନକୁ ଦେଉଥିଲା । କିନ୍ତୁ ବର୍ତ୍ତମାନ ଭାରତ ପାକିସ୍ତାନକୁ ଯାଉଥିବା ବଳକା ଜଳ ବନ୍ଦ କରିବାକୁ ଚାହୁଁଥିବା ଶେଖାଓ୍ଵତ କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Aug 21, 2019, 8:26 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରଠାରୁ ପାକିସ୍ତାନର ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ପାନେ ଦେବାକୁ ଚାହୁଁଛି ଭାରତ । ଦେଶରୁ ପାକିସ୍ତାନକୁ ଯାଉଥିବା ପାଣି ବନ୍ଦ କରିବାକୁ ମଙ୍ଗଳବାର ସଙ୍କେତ ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ । ସିନ୍ଧୁ ଜଳବଣ୍ଟନ ଚୁକ୍ତି ଅନୁସାରେ ଭାରତ ନିଜ ଭାଗ ପାଣିକୁ ମଧ୍ୟ ପାକିସ୍ତାନକୁ ଦେଉଥିଲା । କିନ୍ତୁ ବର୍ତ୍ତମାନ ଭାରତ ପାକିସ୍ତାନକୁ ଯାଉଥିବା ବଳକା ଜଳ ବନ୍ଦ କରିବାକୁ ଚାହୁଁଥିବା ଶେଖାଓ୍ଵତ ।

ସିନ୍ଧୁ ଚୁକ୍ତି ଅନୁସାରେ ଭାରତର ବଡ ଅଂଶର ପାଣି ପାକିସ୍ତାନକୁ ଯାଉଛି । ଏହାକୁ ଅଟକାଇ ଦେଶର ଚାଷୀ, କାରଖାନା ଏବଂ ଲୋକଙ୍କ ବ୍ୟବହାରରେ ଲଗାଇବାର ଯୋଜନା କରାଯାଉଛି । ଏଥିପାଇଁ ହାଇଡ୍ରୋଲୋଜିକାଲ ଏବଂ ଫିଜିବିଲିଟି ଷ୍ଟଡି ଉପରେ ଭାରତ କାର୍ଯ୍ୟ କରୁଛି । ତେବେ ଏହାକୁ ତୁରନ୍ତ ସମ୍ପୁର୍ଣ୍ଣ କରିବାକୁ ଜଳଶକ୍ତି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଭାରତରୁ ପ୍ରବାହିତ ହେଉଥିବା ତିନୋଟି ନଦୀ ବ୍ୟାସ, ସତଲେଜ ଓ ରବିର ପାଣି ପାକିସ୍ତାନରେ ମିଶୁଛି । ତେଣୁ ଏହି ନଦୀଜଳକୁ ଅଟକାଇବାକୁ ଭାରତ ପ୍ରସ୍ତୁତି କରୁଛି ।

ସୂଚନାଯୋଗ୍ୟ ଯେ, ତିବ୍ଦତ ଓ ହିମାଳୟରୁ ବାହାରି ଥିବା ୬ ଟି ନଦୀ ସିନ୍ଧୁ, ରବି, ଚେନାବ,ଝେଲମ, ସତଲେଜ ଓ ବ୍ୟାସ ଭାରତ ବାଟଦେଇ ପାକିସ୍ତାନକୁ ଯାଉଛନ୍ତି । ୧୯୬୦ ର ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ବ୍ୟାସ, ସତଲେଜ ଓ ରବି ଭାରତ ନିୟନ୍ତ୍ରଣରେ ରହିଛି । ଏହା ବଦଳରେ ଭାରତକୁ ସିନ୍ଧୁ, ଚେନାବ ଏବଂ ଝେଲମର ଜଳ ପାକିସ୍ତାନକୁ ଦିଆଯାଉଛି । ତେବେ ବ୍ୟାସ, ସତଲେଜ ଓ ରବି ଉପରେ ଭାରତର ନିୟନ୍ତ୍ରଣ ଥିଲେ ସୁଦ୍ଧା ଭାରତ ଭାଗର ପାଣି ପାକିସ୍ତାନକୁ ଛାଡିବାକୁ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନେହେରୁ ଅନୁମତି ଦେଇଥିଲେ । ହେଲେ ପାକିସ୍ତାନର ଭାରତ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଭାରତ ଏହାକୁ ବନ୍ଦ କରିବାର ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି ।

ABOUT THE AUTHOR

...view details