ଓଡିଶା

odisha

ETV Bharat / bharat

ସିଏଏ ବିରୋଧି ପ୍ରଦର୍ଶନ: ବ୍ରିଟେନ ସରକାରଙ୍କୁ ଆପତ୍ତି ଜଣାଇଲା ଭାରତ - ଲଣ୍ଡନରେ ସିଏଏ ବିରୋଧୀ ପ୍ରଦର୍ଶନ

ସିଏଏ ବିରୋଧରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଅନୁମତି ଦେବାକୁ ନେଇ ବ୍ରିଟେନ ସରକାରଙ୍କୁ ଆପତ୍ତି ଜଣାଇଛି ଭାରତ । ଅଧିକ ପଢନ୍ତୁ...

India hits out at UK
ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର

By

Published : Jan 31, 2020, 10:01 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୁଦ୍ଧରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସାମ୍ନାରେ ପ୍ରଦର୍ଶନ ଜାରି ରହିଛି । ଭାରତ ବିରୋଧି ବିକ୍ଷୋଭ ପ୍ରଦର୍ଶନ କରିବାକୁ ନେଇ ବ୍ରିଟେନ ସରକାରଙ୍କୁ ଆପତ୍ତି ଜଣାଇଛି ଭାରତ । ଏହା ଦ୍ବାରା ଦୂତାବାସର କାର୍ଯ୍ୟ ପରିଚାଳନା କରିବାରେ ଅସୁବିଧା ହେଉଥିବା ଭାରତ ପକ୍ଷରୁ ଅଭିଯୋଗ କରାଯାଇଛି ।

ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ' ଆମେ ଏ ପ୍ରସଙ୍ଗରେ ବ୍ରିଟେନ ସରକାରଙ୍କୁ ଅବଗତ କରିସାରିଛୁ । ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଦୂତାବାସର କାର୍ଯ୍ୟ ପରିଚାଳନା କରିବାରେ ବାଧା ସୃଷ୍ଟି ହେଉଛି । ଭବିଷ୍ୟତରେ ଲଣ୍ଡନରେ ଏଭଳି ଭାରତ ବିରୋଧି ପ୍ରଦର୍ଶନ ହେବ ନାହିଁ ବୋଲି ଆମେ ଆଶା କରୁଛୁ । '

ସୂଚନାଯୋଗ୍ୟ ଯେ, ଜାନୁଆରୀ 26 ତାରିଖରେ ଶହ ଶହ ପ୍ରଦର୍ଶନକାରୀ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସାମ୍ନାରେ ପ୍ରଦର୍ଶନ କରିଥିଲେ । ଜମ୍ମୁ କଶ୍ମୀରରୁ 370 ଧାରା ଉଚ୍ଛେଦ ପ୍ରସଙ୍ଗକୁ ବିରୋଧ କରିବା ସିଏଏକୁ ପ୍ରତ୍ୟାଖାନ କରିବାକୁ ଦାବି କରିଥିଲେ ବିକ୍ଷୋଭକାରୀ । ଏହି ପ୍ରଦର୍ଶନର ଆୟୋଜନ କରିଥିଲେ ପାକିସ୍ତାନ ମୂଳର ବ୍ରିଟିସ ନାଗରିକ ।

ABOUT THE AUTHOR

...view details