ନୂଆଦିଲ୍ଲୀ: ଲେବାନନକୁ ସହାୟତାର ହାତ ବଢାଇଲା ଭାରତ । ଶୁକ୍ରବାର ଭାରତ ଲେବାନନକୁ 58 ମେଟ୍ରିକ୍ ଟନ୍ ଜରୁରୀକାଳୀନ ମାନବିକ ସହାୟତା ପଠାଇଛି । ବେରୁଟରେ ଘଟିଥିବା ଦୁଃଖଦ ବିସ୍ଫୋରଣ ପରେ ଲେବାନନବାସୀଙ୍କ ସହ ଭାରତ ଏକତା ପ୍ରଦର୍ଶନ କରିଛି। ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ତଥା ଖାଦ୍ୟ ଯୋଗାଣ ସମେତ 58 ମେଟ୍ରିକ୍ ଟନ୍ ଜରୁରୀକାଳୀନ ମାନବିକ ସହାୟତା ଆଇଏଏଫ ସି17 ବିମାନରେ ବେରୁଟ ଅଭିମୁଖେ ଯାଉଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ଏକ ଟ୍ବିଟରେ କହିଛନ୍ତି।
ଲେବାନନକୁ ସାହାଯ୍ୟ ପଠାଇଲା ଭାରତ - ଲେବାନନ
ବେରୁଟରେ ଘଟିଥିବା ଦୁଃଖଦ ବିସ୍ଫୋରଣ ପରେ ଲେବାନନବାସୀଙ୍କ ସହ ଭାରତ ଏକତା ପ୍ରଦର୍ଶନ କରିଛି। ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ତଥା ଖାଦ୍ୟ ଯୋଗାଣ ସମେତ 58 ମେଟ୍ରିକ୍ ଟନ୍ ଜରୁରୀକାଳୀନ ମାନବିକ ସହାୟତା ଆଇଏଏଫ ସି17 ବିମାନରେ ବେରୁଟ ଅଭିମୁଖେ ପଠାଇଛି ।
ଲେବାନନକୁ ସାହାଯ୍ୟ ପଠାଇଲା ଭାରତ
ଅଗଷ୍ଟ 4 ରେ ଲେବାନନର ରାଜଧାନୀ ବେରୁଟରେ ହୋଇଥିବା ବିସ୍ଫୋରଣରେ 170 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଏହା ବ୍ୟତୀତ ହଜାର ହଜାର ଲୋକ ବାସହରା ମଧ୍ୟ ହୋଇଛନ୍ତି ।
ଗତ ସପ୍ତାହରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଏହି ବିସ୍ଫୋରଣରେ ହୋଇଥିବା କ୍ଷୟକ୍ଷତିର ଆକଳନର ତଥ୍ୟ ଦେବାକୁ ପାଇଁ ଭାରତ ଲେବାନନ ସରକାରଙ୍କୁ କହିଛି। ଯାହାକୁ ଆଧାର କରି ଭାରତ ଲେବାନନକୁ ସହାୟତା ପଠାଇବ ।