ନୂଆଦିଲ୍ଲୀ: କୋରୋନା କବଳରେ ସମଗ୍ର ବିଶ୍ବ । ଏହି ମହାମାରୀ କବଳରୁ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର୍ର ବର୍ତ୍ତି ପାରି ନାହାନ୍ତି । ଭାରତ, ଆମେରିକା, ଋଷ ଭଳି ଜନବହୁଳ ଦେଶରେ କୋରୋନା ସ୍ଥିତି ସାଙ୍ଘାତିକ ରହିଛି ।
ତେବେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସଦ୍ୟତମ ରିପୋର୍ଟ ଅନୁସାରେ, ଜନବହୁଳ ରାଷ୍ଟ୍ରଙ୍କ ମଧ୍ୟରେ ଭାରତର ସ୍ଥିତି ସାମାନ୍ୟ ଉନ୍ନତ ରହିଛି । ରବିବାର ସଙ୍ଗଠନର 153ତମ ରିପୋର୍ଟ ଅନୁସାରେ, ଦେଶରେ ପ୍ରତି ଏକ ଲକ୍ଷରେ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ପ୍ରତି ଏକ ଲକ୍ଷରେ 30.4 କୋରୋନା ମାମଲା ସ୍ପଷ୍ଟ ହୋଇଛି । ବିଶ୍ବର ଅନ୍ୟ ସମସ୍ତ ଜନବହୁଳ ରାଷ୍ଟ୍ର ମଧ୍ୟରେ ଏହାର ମାମଲା ସର୍ବନିମ୍ନ ରହିଛି ।