ୱାସିଂଟନ: ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ଯେ ଭାରତ ଆମେରିକାର ଜଣେ ମହାନ ସହଯୋଗୀ । ଏହାସହ ଚୀନ ସୀମାରେ ଲାଗି ରହିଥିବା ବିବାଦ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ପୋମ୍ପିଓ ଲଗାତାର ଦେଶର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରୁଛନ୍ତି।
ଭାରତ ଆମେରିକାର ଜଣେ ମହାନ ସହଯୋଗୀ: ମାଇକ୍ ପୋମ୍ପିଓ - US Secy of State Mike Pompeo
ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ଯେ ଭାରତ ଆମେରିକାର ଜଣେ ମହାନ ସହଯୋଗୀ । ଏହାସହ ଚୀନ ସୀମାରେ ଲାଗି ରହିଥିବା ବିବାଦ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ପୋମ୍ପିଓ ଲଗାତାର ନିଜ ପ୍ରତିପକ୍ଷ ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରୁଛନ୍ତି।
ମାଇକ୍ ପୋମ୍ପିଓ
ପୋମ୍ପିଓ ଅନେକ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତର ନିଷ୍ପତ୍ତିକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ତେବେ ଭାରତ ଗତ ମାସରେ ଟିକଟକ ଓ ୟୁସି ବ୍ରାଉଜର ସମେତ 59 ଟି ଚାଇନିଜ୍ ଆପକୁ ନିଷିଦ୍ଧ କରି ମୋଦି କରିଥିଲେ ଯେ ଏହା ଦେଶର ସାର୍ବଭୌମତ୍ବ, ଅଖଣ୍ଡତା ଓ ନିରାପତ୍ତା ପ୍ରତି କ୍ଷତିକାରକ ଅଟେ।
ପ୍ରଶ୍ନର ଉତ୍ତର ଦେଇ ପୋମ୍ପିଓ କହିଛନ୍ତି ଯେ ଚୀନ ସହିତ ଆମେରିକାର ଆଚରଣ ବଦଳିଛି। ତେଣୁ କେତେ ପରିମାଣରେ ସମ୍ପର୍କରେ ପରିବର୍ତ୍ତନ ଆସିଛି, ଏହା ଚାଇନାର କମ୍ୟୁନିଷ୍ଟ ପାର୍ଟିର ଆଚରଣର ପ୍ରତ୍ୟକ୍ଷ ଫଳାଫଳ ।