ଓଡିଶା

odisha

ETV Bharat / bharat

'ପାକିସ୍ତାନକୁ ତା ନିଜ ଭାଷାରେ ଜବାବ ଦେବ ଭାରତ' - new delhi

ବାଲାକୋଟ ଆକ୍ରମଣ ପରେ ଦେଶରେ ରାଜନୈତିକ ବୟାନ ବାଜି ଜାରି ରହିଛି। ବାଲାକୋଟରେ କେତେ ଆତଙ୍କୀ ନିପାତ ହୋଇଛନ୍ତି ବିରୋଧୀ ତାର ହିସାବ ମାଗୁଥିବାବେଳେ ସରକାର ଏନେଇ ବିରୋଧୀକୁ ସମାଲୋଚନା କରିବାରେ ଲାଗିଛନ୍ତି।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Mar 10, 2019, 5:14 AM IST

ନୂଆଦିଲ୍ଲୀ: ବାଲାକୋଟ ଆକ୍ରମଣ ପରେ ଦେଶରେ ରାଜନୈତିକ ବୟାନ ବାଜି ଜାରି ରହିଛି। ବାଲାକୋଟରେ କେତେ ଆତଙ୍କୀ ନିପାତ ହୋଇଛନ୍ତି ବିରୋଧୀ ତାର ହିସାବ ମାଗୁଥିବାବେଳେ ସରକାର ଏନେଇ ବିରୋଧୀକୁ ସମାଲୋଚନା କରିବାରେ ଲାଗିଛନ୍ତି। ତେବେ ବିଭିନ୍ନ ମହଲରେ ସେନାଙ୍କୁ ନେଇ ରାଜନୀତି କରାନଯାଉ ବୋଲି ମତ ପ୍ରକାଶ ପାଇଛି।

ତେବେ ଏକ ସଭାକୁ ସମ୍ବୋଧନ କରିବାକୁ ଯାଇ ମୋଦି ଜୋରଦାର ବର୍ଷିଥିଲେ ବିରୋଧୀଙ୍କ ଉପରେ। ସେ କହିଥିଲେ, "ଦେଶରେ ଏମିତି କିଛି ନେତା ଅଛନ୍ତି ଯେଉଁମାନେ ସର୍ବଦା ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଛନ୍ତି। ଆଉ ଖାସ ସେଥିପାଇଁ ଯେଉଁ ବିତର୍କର କିଛି ମୂଲ୍ୟ ନାହିଁ ସେହି ବିଷୟରେ ଚର୍ଚ୍ଚା କରୁଛନ୍ତି। ଆଉ ସେହି ବୟାନ ସେହି ଚର୍ଚ୍ଚା ପାଇଁ ଶତ୍ରୁଙ୍କୁ ଶକ୍ତି ମିଳୁଛି।

ଯେତେବେଳେ ପାକ ଉପରେ ଭାରତ ଆକ୍ରମଣ କଲା, ସେତେବେଳେ ପାକ ଘୋର ଚିନ୍ତାରେ ପଡିଗଲା। ଏବଂ ଏହା ଭାବିବାକୁ ବାଧ୍ୟ ହେଲା ଯେ, ଏହା ହେଉଛି ନୂଆ ଭାରତ। ଆଉ ଯେଉଁମାନେ ଆତଙ୍କୀଙ୍କ ଗଡଫାଦର ସେମାନଙ୍କୁ ଚେତାଇ ଦିଆଗଲା। କି ଯଦି ଭାରତ ଉପରେ ନଜର ପକାଇବ ତେବେ ଭାରତ ପାକିସ୍ତାନ ଭାଷାରେ ହିଁ ତାଙ୍କୁ ଦଣ୍ଡ ଦିଆଯିବ। ଯାହାର ଉଦାହରଣ ବାଲାକୋଟ ଆଟାକ।

ସେ ଆହୁରି ମଧ୍ୟ କହିଛନ୍ତି ଭାରତ ଏମିତି ଉପାୟରେ ଆକ୍ରମଣ କରିବ ବୋଲି ପାକିସ୍ତାନ କେବେ ବି ଭାବିନଥିବ। ସେମାନେ ସ୍ଥଳ ସୀମାରେ ସଜାଗ ରହିବାବେଳକୁ ଆମେ ଆକାଶ ମାର୍ଗରୁ ଟାର୍ଗେଟ କଲୁ। ଯାହାଫଳରେ ରାତି ଅଧରେ ପାକିସ୍ତାନର ନିଦ ଉଡିଗଲା"।

ABOUT THE AUTHOR

...view details