ଓଡିଶା

odisha

ନେପାଳ ସହ ବିବାଦ ମଧ୍ୟରେ 10ଟି ଭେଣ୍ଟିଲେଟର ଦେଲା ଭାରତ

By

Published : Aug 9, 2020, 3:38 PM IST

ରବିବାର ଦିନ ନେପାଳକୁ 10 ଟି ଭେଣ୍ଟିଲେଟର ହସ୍ତାନ୍ତର କରିଛି ଭାରତ। କାଠମାଣ୍ଡୁରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କୱତ୍ରା ଏହି ଭେଣ୍ଟିଲେଟରଗୁଡ଼ିକୁ ଆର୍ମି ଷ୍ଟାଫ୍ ଜେନେରାଲ୍ ପୂର୍ଣ୍ଣ ଚନ୍ଦ୍ର ଥାପାଙ୍କୁ ସେନା ମୁଖ୍ୟାଳୟରେ ହସ୍ତାନ୍ତର କରିଛନ୍ତି।

ନେପାଳ ସହ ବିବାଦ ମଧ୍ୟରେ 10ଟି ଭେଣ୍ଟିଲେଟର ଦେଲା ଭାରତ
ନେପାଳ ସହ ବିବାଦ ମଧ୍ୟରେ 10ଟି ଭେଣ୍ଟିଲେଟର ଦେଲା ଭାରତ

କାଠମାଣ୍ଡୁ : ଚୀନ ନିର୍ଦେଶରେ ଭାରତ ସହ ନିଜ ସମ୍ପର୍କ ଖରାପ କରିଥିବା ନେପାଳକୁ ସହାୟତାର ହାତ ବଢାଇଛି ଭାରତ । କୋରୋନା ସହ ଲଢେଇ ପାଇଁ ଭାରତ ନେପାଳକୁ 10 ଟି ଭେଣ୍ଟିଲେଟର ହସ୍ତାନ୍ତର କରିଛନ୍ତି। ଯାହାର ମୂଲ୍ୟ 28 ମିଲିୟନ ରହିଛି ।

ନେପାଳରେ କୋରୋନା ସଂକ୍ରମଣ ମାମଲା 22 ହଜାରରୁ ଅଧିକ ରହିଥିବା ବେଳେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଭେଣ୍ଟିଲେଟରର ଆବଶ୍ୟକତା ପଡିଥାଏ । ତେବେ ଏହାକୁ ଦୃଷ୍ଟ୍ରେ ରଖି ଭାରତ ନେପାଳକୁ 28 ମିଲିୟନ ଟଙ୍କା ମୂଲ୍ୟର 10ଟି ଭେଣ୍ଟିଲେଟର ହସ୍ତାନ୍ତର କରିଛି।

କାଠମାଣ୍ଡୁରେ କୋରୋନା ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯାହା ଫଳରେ ନେପାଳର ଡାକ୍ତରଖାନାଗୁଡ଼ିକ ପୂର୍ଣ୍ଣ ହୋଇଯାଇଛି। ଏଭଳି ପରିସ୍ଥିତିରେ ରବିବାର ଦିନ ନେପାଳକୁ 10 ଟି ଭେଣ୍ଟିଲେଟର ହସ୍ତାନ୍ତର କରିଛି ଭାରତ। କାଠମାଣ୍ଡୁରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କୱତ୍ରା ଏହି ଭେଣ୍ଟିଲେଟରଗୁଡ଼ିକୁ ଆର୍ମି ଷ୍ଟାଫ୍ ଜେନେରାଲ୍ ପୂର୍ଣ୍ଣ ଚନ୍ଦ୍ର ଥାପାଙ୍କୁ ସେନା ମୁଖ୍ୟାଳୟରେ ହସ୍ତାନ୍ତର କରିଛନ୍ତି।

ସୂଚନାଯୋଗ୍ୟ ଯେ, ନେପାଳ ଏବଂ ଭାରତ ମଧ୍ୟରେ ସମ୍ପର୍କ ଶତାବ୍ଦୀ ଧରି ଅତ୍ୟନ୍ତ ନିବିଡ ରହିଥିଲା । ପ୍ରତ୍ୟେକ କଷ୍ଟ ସମୟରେ ଉଭୟ ପଡ଼ୋଶୀ ପରସ୍ପର ସହିତ ଠିଆ ହୋଇଥିବା ଦେଖାଯାଏ । କିନ୍ତୁ ଗତ କିଛି ମାସ ହେବ ନେପାଳ ଦ୍ବାରା କିଛି ପଦକ୍ଷେପ ନିଆଯାଇଛି ଯାହା ଦ୍ବାରା ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଚୀନ କମ୍ୟୁନିଷ୍ଟ ପାର୍ଟିର ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ନେପାଳର ନୂତନ ମାନଚିତ୍ରରେ କେତେକ ଭାରତୀୟ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଛନ୍ତି।

ABOUT THE AUTHOR

...view details