ଓଡିଶା

odisha

By

Published : Mar 22, 2020, 8:38 PM IST

ETV Bharat / bharat

କୋଭିଡ୍‌-19 ସଙ୍କଟ ମୁକାବିଲାରେ ଭାରତର ଅସାଧାରଣ ସକ୍ରିୟତା ପ୍ରଦର୍ଶନ

ଭାରତ ସମେତ ସାରା ବିଶ୍ବର ଅର୍ଥନୀତି ଏବେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି । ସର୍ବବ୍ୟାପୀ ମହାମାରୀ କୋରୋନାକୁ ପ୍ରତିହତ କରିବା ଲାଗି କେତେ ଦିନ ଲାଗିବ, ସେ ସଂପର୍କରେ ପୂର୍ବାନୁମାନ କରିବା ସମ୍ଭବ ନୁହେଁ । ମାନବ ଜୀବନ ବଞ୍ଚାଇବା ଦିଗରେ ସମସ୍ତ ଶକ୍ତି ନିୟୋଜନ କରିବାରେ ଲାଗିଛନ୍ତି । କୋଭିଡ୍‌-19 ସଂକଟ ମୁକାବିଲାରେ ଭାରତର କିଭଳି ଭାବେ ଅସାଧାରଣ ସକ୍ରିୟତା ପ୍ରଦର୍ଶନ କରିଛି, ଏନେଇ ଇଟିଭି ଭାରତର ସ୍ବତନ୍ତ୍ର ଆଲେଖ୍ୟ । ଅଧିକ ପଢନ୍ତୁ...

କୋଭିଡ୍‌-19 ସଙ୍କଟ ମୁକାବିଲାରେ ଭାରତର ଅସାଧାରଣ ସକ୍ରିୟତା ପ୍ରଦର୍ଶନ
କୋଭିଡ୍‌-19 ସଙ୍କଟ ମୁକାବିଲାରେ ଭାରତର ଅସାଧାରଣ ସକ୍ରିୟତା ପ୍ରଦର୍ଶନ

ଜର୍ମାନୀର ‘ଲୌହ ମହିଳା’ ଭାବେ ସୁପରିଚିତ ଆଞ୍ଜେଲା ମର୍କେଲ, ଚାନ୍‌ସେଲର ରୂପେ ପଦାସୀନ ହେବାର 15 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ଅଣସ୍ଥିରୀକୃତ ସମ୍ବୋଧନରେ ସ୍ପଷ୍ଟ କରିଦେଇଥିଲେ- “ବର୍ତ୍ତମାନର ପରିସ୍ଥିତି ଅତି ଗମ୍ଭୀର । ଜର୍ମାନୀର ଏକତ୍ରୀକରଣ ପରଠାରୁ, ନା, ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ, ଆମ ରାଷ୍ଟ୍ର ପ୍ରତି ଏଭଳି ଏକ ବିପତ୍ତି ଦେଖାଦେଇ ନଥିଲା, ଯାହାକି ଏପରି ସାଧାରଣ ଏବଂ ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ କରୁଥିଲା ।” ଏବଂ ହଁ, ସେ ‘ଚୀନ୍‌ରେ ପ୍ରସ୍ତୁତ’ କୋଭିଡ୍‌-19ର କରୋନା ଭାଇରସ୍‌ କଥା ହିଁ କହୁଥିଲେ । ଜର୍ମାନୀ, 22364 ସଂକ୍ରମିତ ବ୍ୟକ୍ତିଙ୍କ ପରୀକ୍ଷଣ କରିଛି (ମାର୍ଚ୍ଚ 21 ତାରିଖର ତଥ୍ୟ) ଏବଂ 84 ଜଣଙ୍କ ବ୍ୟତୀତ ଅନ୍ୟମାନଙ୍କର ଜୀବନ ରକ୍ଷା କରିପାରିଛି । ସାରା ବିଶ୍ବରେ ହାରାହାରି ମୃତ୍ୟୁ ହାର 4.26% ତୁଳନାରେ ଜର୍ମାନୀରେ ଏହି ହାର ରହିଛି 0.37 ପ୍ରତିଶତ ।

ଅନ୍ୟ ପକ୍ଷରେ ଏକ ଦୁଃଖଦ ଘଟଣାକ୍ରମରେ ଇଟାଲୀରେ 4825 ବ୍ୟକ୍ତିଙ୍କର (53578 ସଂକ୍ରମଣ ମାମଲା) ମୃତ୍ୟ ଘଟିଛି, ଯାହାକି ସାରା ବିଶ୍ବରେ ସର୍ବାଧିକ ଏବଂ ସେଠାରେ 9% ମୃତ୍ୟୁ ହାର ରେକର୍ଡ କରାଯାଇଛି । ଜର୍ମାନୀ ଏମିତି କ’ଣ କଲା ଯାହାକୁ ଇଟାଲୀ କରିପାରିଲାନି ? ସେଥିରୁ ଭାରତର କିଛି ଶିଖିବାର ଅଛି କି ? ଏବଂ ଏ ପର୍ଯ୍ୟନ୍ତ ଭାରତ କ’ଣ ସବୁ କରିପାରିଛି ? ଏବେ ଏହି ସବୁ ଦିଗ ଉପରେ ଅନୁଶୀଳନ କରିବା ପ୍ରାସଙ୍ଗିକ ମନେ ହୁଏ ।

ମାର୍ଚ୍ଚ 16 ତାରିଖ ଦିନ ଜେନେଭାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ WHO (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ)ର ମୁଖ୍ୟ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟସସ୍‌ କହିଲେ- “ସବୁ ଦେଶ ପାଇଁ ଆମର ଏକ ସରଳ ବାର୍ତ୍ତା ରହିଛି- ପରୀକ୍ଷଣ, ପରୀକ୍ଷଣ, ପରୀକ୍ଷଣ... ସବୁ ସନ୍ଦିଗ୍‌ଧ ବ୍ୟକ୍ତିଙ୍କର ପରୀକ୍ଷଣ କରନ୍ତୁ... ସେମାନେ ଆଖିବୁଜି ଏହି ସର୍ବବ୍ୟାପୀ ମହାମାରୀ ସହିତ ଲଢ଼ି ପାରିବେନି ।” ଜର୍ମାନୀ ଏହି ବାର୍ତ୍ତାକୁ ମନଯୋଗ ସହକାରେ ଗ୍ରହଣ କରିନେଲା ଏବଂ ଜୋରଦାର ଢଙ୍ଗରେ ପରୀକ୍ଷଣ ଚଳାଇଲା- ଏମିତି କି ସଂକ୍ରମଣର ମୃଦୁ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ବି ପରୀକ୍ଷା କଲା । ଭାରତ ଭଳି ଜର୍ମାନୀ ବି ସ୍କୁଲ ଓ ସାର୍ବଜନୀନ ସ୍ଥାନଗୁଡ଼ିକୁ ବନ୍ଦ କଲା, ଲୋକଙ୍କ ଭିଡ଼ ଉପରେ କଟକଣା ଜାରି କଲା ଏବଂ ଖୁବ୍‌ ଶୀଘ୍ର ସେଠାରେ ବି ତାଲାବନ୍ଦ ବା ଲକ୍‌ଡାଉନ୍‌ ଘୋଷଣା କରାଯାଇପାରେ । ତଥାପି, ଅନ୍ୟ ଯେ କୌଣସି ଦେଶ ଭଳି ଜର୍ମାନୀ ଏବେ ବି ସଂଘର୍ଷ କରୁଛି ଏବଂ ସେଠାରେ ନୂଆ ସଂକ୍ରମଣ ମାମଲା ଦ୍ରୁତ ହାରରେ ବଢ଼ିବାରେ ଲାଗିଛି । ଉଦାହରଣ ସ୍ବରୂପ, ମାର୍ଚ୍ଚ 10 ତାରିଖରେ ସେଠାରେ 341ଟି ସଂକ୍ରମଣ ମାମଲା ଥିବା ବେଳେ ମାର୍ଚ୍ଚ 20 ତାରିଖ ଦିନ ଏହା 4528ରେ ପହଞ୍ଚିଛି । ବିଶେଷଜ୍ଞମାନେ ଏହାକୁ କହୁଛନ୍ତି ‘ସାମୁଦାୟିକ ସଞ୍ଚାରଣ’ ଏବଂ ଏହା କେତେ ଦିନ ପର୍ଯ୍ୟନ୍ତ ରହିବ, ସେ କଥା କେହି କହିପାରୁ ନାହାନ୍ତି ।

ଏହି ଆସନ୍ନ ବିପତ୍ତିର ଆକାର ସଂପର୍କରେ ପୂର୍ବରୁ ଅନୁମାନ କରିପାରିଥିବା ସ୍ବଳ୍ପ କେତେକ ଦେଶ ମଧ୍ୟରେ ଭାରତ ରହିଥିଲା ଏବଂ ସକ୍ରିୟତାର ସହ ପଦକ୍ଷେପ ନେବା ଆରମ୍ଭ କରିଥିଲା । ସାଧନର ଘୋର ଅଭାବ ସତ୍ତ୍ବେ, ଫେବ୍ରୁଆରୀ 1 ତାରିଖରୁ ନୂଆଦିଲ୍ଲୀ, ୱୁହାନ (ଚୀନ)ରୁ ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ଆରମ୍ଭ କରିଦେଇଥିଲା । ଫେବ୍ରୁଆରୀ 4ରେ ଚୀନ୍‌ରୁ କେହି ଭାରତକୁ ଯାତ୍ରା କରିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଥିଲା । ପୂର୍ବରୁ ଚୀନ୍‌ର ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ଭିସା ରଦ୍ଦ କରାଗଲା । କ୍ରମଶଃ ଏହି କଟକଣାକୁ ଜାପାନ, ଦକ୍ଷିଣ କୋରିଆ, ୟୁରୋପ, ମାଲେସିଆ, ଇରାନ, ଉପସାଗରୀୟ ଏବଂ ଅନ୍ୟ ଦେଶଗୁଡ଼ିକ କ୍ଷେତ୍ରରେ ମଧ୍ୟ ଲାଗୁ କରାଯାଇଥିଲା । ଏବେ ମାର୍ଚ୍ଚ 22ରୁ 29 ତାରିଖ ଯାଏଁ ଆକାଶ ପଥକୁ ସଂପୂର୍ଣ୍ଣ ବନ୍ଦ କରିବା ଲାଗି ଭାରତ ନିଷ୍ପତ୍ତି ନେଇଛି ।

ରାଷ୍ଟ୍ରଦୂତ ବିଷ୍ଣୁ ପ୍ରକାଶ, 22 ମାର୍ଚ୍ଚ, 20220 ଅତ୍ୟନ୍ତ କଳ୍ପନାପ୍ରବଣ ଭାବରେ, ମାର୍ଚ୍ଚ 9 ତାରିଖ ଦିନ, ମୋବାଇଲ ଫୋନ୍‌ ବ୍ୟବହାର କରୁଥିବା 110 କୋଟି ଭାରତୀୟ, କୋଭିଡ୍‌-19ର ବ୍ୟାପ୍ତିକୁ ରୋକିବା ସଂପର୍କରେ ପୂର୍ବରୁ ରେକର୍ଡ କରାଯାଇଥିବା ଏବଂ ସରକାରଙ୍କ ଦ୍ବାରା ଅନୁମୋଦିତ ଏକ ସ୍ବଳ୍ପ ସମୟର ବାର୍ତ୍ତା ଶୁଣିବାରେ ଲାଗିଲେ- “ଆପଣଙ୍କ ହାତକୁ ନିୟମିତ ଭାବେ ସାବୁନ୍‌ରେ ସଫା କରନ୍ତୁ ଏବଂ ମୁହଁ, ଆଖି କିମ୍ବା ନାକକୁ ଛୁଅନ୍ତୁ ନାହିଁ ।” ଗୋଟିଏ ମହାଦେଶ ଆକାରର ଆମ ଦେଶର ପ୍ରତି ଗଳିକନ୍ଦିରେ ସଚେତନତା ସୃଷ୍ଟି କରାଇବା ଦିଗରେ ଏହା ଅନ୍ୟତମ ସଫଳ ପ୍ରଚାର ଅଭିଯାନ ।

​ସେବେଠାରୁ ଏହି ସଂକ୍ରମଣର ବ୍ୟାପ୍ତିକୁ ପ୍ରତିହତ କରିବା ଏବଂ ସାମାଜିକ ଦୂରତା ଲାଗୁ କରିବା ଦିଗରେ ଅନେକ ପଦକ୍ଷେପ ନିଆଯାଇଛି । ମାର୍ଚ୍ଚ 18ରେ ପ୍ରଥମ ଥର ପାଇଁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ପ୍ରଧାନ ମନ୍ତ୍ରୀ ମୋଦି ‘ସଂକଳ୍ପ ଏବଂ ସଂଯମ’ର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଉଭୟ ଅତ୍ୟଧିକ ଭୟ କିମ୍ବା ଉଦାସୀନତା ବିରୋଧରେ ସେ ସତର୍କ ମଧ୍ୟ କରାଇ ଦେଇଥିଲେ । ମାର୍ଚ୍ଚ 22 ତାରିଖ ରବିବାର ଦିନ ‘ଜନତା କର୍ଫ୍ୟୁ’ରେ ସ୍ବେଚ୍ଛାକୃତ ଭାବେ ଅଂଶଗ୍ରହଣ କରିବାକୁ ନିବେଦନ କରିବା ସହିତ ଏକ ସମ୍ଭାବ୍ୟ ଆଂଶିକ କିମ୍ବା ସଂପୂର୍ଣ୍ଣ ତାଲାବନ୍ଦ ପରିସ୍ଥିତି ଲାଗି ସେ ସାରା ଦେଶକୁ ପ୍ରସ୍ତୁତ କରାବାରେ ଲାଗିଛନ୍ତି । ଯୁଦ୍ଧ ଲାଗିବା ପୂର୍ବ ସ୍ଥିତିରେ ଏହା ଏକ ସଂପୂର୍ଣ୍ଣ ପୂର୍ବାଭ୍ୟାସ ସଦୃଶ । ଏବଂ ଏହା ପ୍ରକୃତରେ ଏକ ଯୁଦ୍ଧ । ଫରକ ଏତିକି ଯେ, ଏଥିରେ ଶତ୍ରୁ ବେଶ୍‌ ଶକ୍ତିଶାଳୀ, ଅଜ୍ଞାତ ଏବଂ ଅଦୃଶ୍ୟ ।

ଅଧିକରୁ ଅଧିକ ସନ୍ଦିଗ୍‌ଧ କୋଭିଡ୍‌-19 ପୀଡ଼ିତ ବ୍ୟକ୍ତିଙ୍କ ପରୀକ୍ଷଣ ଏବଂ ସ୍କ୍ରିନିଂ ପାଇଁ ଭାରତର ପ୍ରୟାସ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା (ମାର୍ଚ୍ଚ 20 ତାରିଖ ସୁଦ୍ଧା ) 14514 ଜଣ ବ୍ୟକ୍ତିଙ୍କ ପରୀକ୍ଷଣ କରାଯାଇଛି । ଯାହାକି ଖୁବ୍‌ କମ୍‌ । ଉଦାହରଣତଃ, ଏହି ପ୍ରାଦୁର୍ଭାବକୁ ରୋକିବାରେ ସଫଳ ହୋଇଥିବା ଦକ୍ଷିଣ କୋରିଆ (5 କୋଟି 1 ଲକ୍ଷ ଲୋକସଂଖ୍ୟା) 316,664 ଜଣଙ୍କର ପରୀକ୍ଷଣ କରିଛି । ଭାରତ ବିଦେଶରୁ ଅତିରିକ୍ତ 10 ଲକ୍ଷ ପରୀକ୍ଷଣ ସରଞ୍ଜାମ ଆମଦାନି କରୁଛି ଏବଂ ସ୍ବଦେଶରେ ପରୀକ୍ଷଣ ସରଞ୍ଜାମ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଦିଗରେ ପଦକ୍ଷେପ ନେଉଛି ।ଏଥିରୁ ଭାରତର ଦାୟିତ୍ବପୂର୍ଣ୍ଣ ମନୋଭାବ ଏବଂ ସମକାଳୀନ ଭାବରେ ନିଜ ଦେଶରେ ଏହି ସଂକଟର ମୁକାବିଲା ଦିଗରେ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଦୂରଦର୍ଶିତା ପ୍ରତିଫଳିତ ହେଉଛି । ଏହାର ସମ୍ବଳ ଓ କାର୍ଯ୍ୟକ୍ଷମତାକୁ ପଡ଼ୋଶୀ ଦେଶଗୁଡ଼ିକର ସହାୟତା ପାଇଁ ବିନିଯୋଗ କରିବାକୁ ମଧ୍ୟ ଭାରତ ଚାହୁଁଛି । ଗତ ମାସରେ ଚୀନକୁ 15 ଟନ୍‌ ଓଜନର ଫେସ୍‌ ମାସ୍କ୍‌, ଗ୍ଲୋବ୍‌ସ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଭେଟି ଦିଆଯାଇଥିଲା । ମାଲଡିଭିସ୍‌, ବାଂଲାଦେଶ ଏବଂ ଭୁଟାନ ମଧ୍ୟ ସହାୟତା ପାଇଁ ନୂଆଦିଲ୍ଲୀକୁ ଅନୁରୋଧ କରିଛନ୍ତି ଏବଂ ସେ ସବୁ ପୂରଣ କରାଯାଉଛି । ମାର୍ଚ୍ଚ 15 ତାରିଖରେ ପ୍ରଧାନ ମନ୍ତ୍ରୀ ମୋଦି ଭିଡିଓ କନ୍‌ଫରେନ୍‌ସ ଜରିଆରେ ସାର୍କ ସମ୍ମିଳନୀର ଆୟୋଜନ କରିଥିଲେ । ସେଥିରେ କରୋନା ଭାଇରସ୍‌ର ମୁକାବିଲା ଲାଗି ଏକ ସାର୍କ ଜରୁରୀକାଳୀନ ପାଣ୍ଠି ଗଠନ ଲାଗି ସେ ପ୍ରସ୍ତାବ ଦେବା ସହିତ ପ୍ରାରମ୍ଭିକ ଭାବେ ଏହି ପାଣ୍ଠିକୁ ରାଷ୍ଟ୍ରଦୂତ ବିଷ୍ଣୁ ପ୍ରକାଶ, 22 ମାର୍ଚ୍ଚ, 20220 ଏକ କୋଟି ଆମେରିକୀୟ ଡଲାର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ପ୍ରସ୍ତାବକ୍ରମେ, ପରିସ୍ଥିତି ଓ ସୁଚିନ୍ତିତ ପଦକ୍ଷେପ ମଧ୍ୟରେ ସମନ୍ବୟ ସ୍ଥାପନ ଲାଗି, ଖୁବ୍‌ ଶୀଘ୍ର ଜି20 ରାଷ୍ଟ୍ର ସମୂହର ଏକ ଭିଡିଓ କନ୍‌ଫରେନ୍‌ସକୁ ସାଉଦି ଆରବର ଯୁବରାଜ (ବର୍ତ୍ତମାନ ସେ ଏହାର ଅଧ୍ୟକ୍ଷ ଅଛନ୍ତି) ଆୟୋଜନ କରିବେ ।

ଏହି ସର୍ବବ୍ୟାପୀ ମହାମାରୀକୁ ପ୍ରତିହତ କରିବା ଲାଗି କେତେ ଦିନ ଲାଗିବ, ସେ ସଂପର୍କରେ ପୂର୍ବାନୁମାନ କରିବା ସମ୍ଭବ ନୁହେଁ । କିନ୍ତୁ, ଗୋଟିଏ କଥା ନିଶ୍ଚିତ ଯେ, ଏହା ଦ୍ବାରା ମାନବ ଜୀବନ ହାନି ବ୍ୟତୀତ ଅର୍ଥନୀତି ଉପରେ ଗମ୍ଭୀର ପ୍ରଭାବ ପଡ଼ିବ । ଯାହା ଦେଖାଯାଉଛି, ଭାରତ ସମେତ ସାରା ବିଶ୍ବର ଅର୍ଥନୀତି ଏବେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି । ଏକ ରକ୍ଷଣଶୀଳ ଆକଳନ ଅନୁସାରେ ସାରା ବିଶ୍ବର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର 0.5ରୁ 1% ଯାଏଁ ହ୍ରାସ ପାଇବ । ଯାହାକି ଏହି ସଂକଟର ଅବଧି ଓ ପ୍ରକୋପ ଉପରେ ନିର୍ଭର କରେ । ସାରା ବିଶ୍ବର ଜିଡିପି 87 ଟ୍ରିଲିଅନ୍‌ (ଲକ୍ଷ କୋଟି) ଆମେରିକୀୟ ଡଲାର ହୋଇଥିବା ବେଳେ, ଏହା ହୁଏତ ଅନ୍ୟୂନ 500 ବିଲିଅନ୍‌ (ଶହ କୋଟି)ରୁ 1 ଟ୍ରିଲିଅନ୍‌ ଆମେରିକୀୟ ଡଲାର ପର୍ଯ୍ୟନ୍ତ ହରାଇ ପାରେ ଏବଂ ଏହା ଫଳରେ ଆଉ ଏକ ଅର୍ଥନୈତିକ ମାନ୍ଦାବସ୍ଥା ଉପୁଜିପାରେ । ସେ ଯାହାହେଉ ନା କାହିଁକି, ବର୍ତ୍ତମାନ ସ୍ଥିତିରେ ଅର୍ଥନୈତିକ ପୁନରୁଦ୍ଧାର କଥାକୁ ପଛରେ ରଖି ସବୁ ଦେଶ ଭୂତାଣୁ ସଂଚାରଣ ଚକ୍ରରେ ବ୍ୟବଧାନ ଘଟାଇବା ସହିତ ମାନବ ଜୀବନ ବଞ୍ଚାଇବା ଦିଗରେ ସମସ୍ତ ଶକ୍ତି ନିୟୋଜନ କରିବାରେ ଲାଗିଛନ୍ତି ।

ସୁଖର କଥା ଯେ, ଏହି ଅଭୂତପୂର୍ବ ସଂକଟର ମୁକାବିଲା କ୍ଷେତ୍ରରେ ରାଜନୈତିକ ମତଭେଦକୁ ପଛରେ ପକାଇ ସାରା ଦେଶ ଏକ ହୋଇ କାମ କରୁଛି । ଏହି ସଂକ୍ରମଣ ତୃତୀୟ ପର୍ଯ୍ୟାୟ ସାମୁଦାୟିକ ସଂଚାରଣ ଆଡ଼କୁ ମୁହାଁଉ ଥିବା ବେଳେ ଅବିରତ ସତର୍କତା, ସାମାଜିକ ଦୂରତା ଏବଂ ଗଭୀର ସଂଯମ ବଜାୟ ରଖିବା ହିଁ ବଡ଼କଥା । ଅଖିଳ ଭାରତ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ବାର AIIMSର ଜଣେ ବିଦ୍ବାନ୍‌ ଡାକ୍ତରଙ୍କ କହିବା ଅନୁସାରେ, “ଏହି ଭୂତାଣୁର ଅହଂଭାବ ବହୁତ ଅଧିକ । ଆପଣ ବାହାରକୁ ଯାଇ ତାକୁ ନିମନ୍ତ୍ରଣ ନ କଲେ ସେ ଆପଣଙ୍କ ଘରକୁ ଆସିବ ନାହିଁ ।”

ABOUT THE AUTHOR

...view details