ମସ୍କାଟ:ଭାରତରେ ନିର୍ମିତ କୋରୋନା ଟିକା ଶନିବାର ଓମାନରେ ପହଞ୍ଚିଛି । ଏହି ଟିକା ପ୍ରଦାନ ପାଇଁ ଭାରତ ଓ ଓମାନ ମଧ୍ୟରେ ଗଭୀର ବନ୍ଧୁତ୍ବ ପ୍ରତିଫଳମ କରିଛି ବୋଲି ଟ୍ବିଟ କରି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।
ଶନିବାର ଓମାନ ରାଜଧାନୀ ମସ୍କାଟରେ ପହଞ୍ଚିଛି ଭାରତରେ ନିର୍ମିତ କୋରୋନା ଟିକା । ଭାରତର ଏହି ଟିକା ଯୋଗାଣ ଦେଶଗୁଡିକ ମଧ୍ୟରେ ହଜାର ହଜାର ବର୍ଷ ଧରି ଚାଲିଥିଲା ବନ୍ଧୁତ୍ବକୁ ଆହୁରି ସୃଦୁଢ କରିଛି ବୋଲି କହିଛନ୍ତି ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଭାରତ ଓମାନ,କାରିକମନ,ନିକାରାଗୁଆ ଆଦି ଦେଶକୁ କୋରୋନା ଟିକା ଉପହାର ଦେବାକୁ ଯୋଜନା କରୁଛି । ସେ ଆହୁରି କହିଛନ୍ତି ଆଫ୍ରିକା 1କୋଟି ଟିକା ଏବଂ 10ଲକ୍ଷ ଜାତିସଂଘର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଯୋଗାଇ ଦେବାକୁ ଯୋଜନା କରୁଛି ।