ନୂଆଦିଲ୍ଲୀ: ସାରା ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଭାରତରେ ଏହି ଭାଇରସର ପ୍ରଭାବକୁ ଦେଖି କେନ୍ଦ୍ର ସରକାର ଶନିବାର କୋରୋନାକୁ ଜାତୀୟ ବିପତ୍ତି ଘୋଷଣା କରିଛନ୍ତି । ପୂର୍ବରୁ ଆମେରିକା ମଧ୍ୟ କୋରୋନାକୁ ନେଇ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ।
କୋରୋନାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କଲା ଭାରତ କୋଭିଡ-19ର ବିସ୍ତାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାକୁ ଗୁରୁତ୍ବର ସହ ନେଇଛନ୍ତି କେନ୍ଦ୍ର ସରକାର । ଏହାସହ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (SDRF) ଅଧିନରେ ସହାୟତା ପ୍ରଦାନ କରିବାକୁ ଗୃହ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ଚିଠି ଲେଖି ଥିବା ଜଣାଇଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, COVID-19 ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ଚିକିତ୍ସା ଖର୍ଚ୍ଚର ଏକ ଧାର୍ଯ୍ୟ ଅର୍ଥ ହାର ରହିବ । ରାଜ୍ୟ ସରକାର ଅସ୍ଥାୟୀ ଆବାସ, ଖାଦ୍ୟ, ବସ୍ତ୍ର ଏବଂ ଚିକିତ୍ସା ସେବା ଯୋଗାଇଦେବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି ।
ଅତିରିକ୍ତ ପରୀକ୍ଷଣ ଲାବ୍ରୋଟାରୀ ସ୍ଥାପନ ପାଇଁ ପାଣ୍ଠି ମଧ୍ୟ ଏହି ଫଣ୍ଡରୁ ଅର୍ଥ ଖର୍ଚ୍ଚ କରାଯିବ । ଏହା ବ୍ୟତିତ ସ୍ବାସ୍ଥ୍ୟସେବା, ପୋଲିସ ଏବଂ ଅଗ୍ନିଶମ ଅଧିକାରୀଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣର ମୂଲ୍ୟ ମଧ୍ୟ ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡ଼ିବ | ପରବର୍ତ୍ତୀ SDRF ଟଙ୍କା ଥର୍ମାଲ୍ ସ୍କାନର୍ ଏବଂ ଭେଣ୍ଟିଲେସନ୍ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଯନ୍ତ୍ରପାତି କିଣିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ ।
@PIB