ଓଡିଶା

odisha

ETV Bharat / bharat

ଆରସିଇପିରେ ସାମିଲ ହେଲା ନାହିଁ ଭାରତ! - ଆରସିଇପିରେ ସାମିଲ ହେଲା ନାହିଁ ଭାରତ

ରିଜିଓନାଲ କମ୍ପ୍ରେହେନସିଭ ଇକୋନୋମିକ ପାର୍ଟନରସିପ୍ (ଆରସିଇପି)ରେ ଭାରତ ସାମିଲ ନହେବାର ନିଷ୍ପତ୍ତି ନେଇଥିବା ସରକାରୀ ସୂତ୍ରରୁ ପ୍ରକାଶ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Nov 4, 2019, 9:11 PM IST

ନୂଆଦିଲ୍ଲୀ: ରିଜିଓନାଲ କମ୍ପ୍ରେହେନସିଭ ଇକୋନୋମିକ ପାର୍ଟନରସିପ୍ (ଆରସିଇପି)ରେ ସାମିଲ ନହେବାର ନିଷ୍ପତ୍ତି ନିଆଯାଇଛି। ଭାରତର ସମସ୍ୟା ଉପରେ ସ୍ଥିତି ସଠିକ ହୋଇନଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଙ୍ଗଠନର ଅଂଶୀଦାର ନହେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆରସିଇପି ଚୁକ୍ତି ପ୍ରମୁଖ ପ୍ରସଙ୍ଗ ଉପରେ ଧ୍ୟାନ ଦେଉନାହିଁ ଏବଂ ଭାରତ ନିଜ ମୂଳ ହିତ ସହ କୌଣସି ପ୍ରକାର ବୁଝାମଣା କରିବାକୁ ପ୍ରସ୍ତୁତ ନୁହେଁ। ଏହି ଚୁକ୍ତି ନିଜର ମୂଳ ଉଦ୍ଦେଶ୍ୟକୁ ଦର୍ଶାଉ ନାହିଁ ଏବଂ ଏହାର ପରିଣାମ ସନ୍ତୁଳିତ ଏବଂ ଉଚିତ ନୁହେଁ । ଭାରତ ଏହି ରାଜିନାମା ପାଇଁ କିଛି ନୂଆ ଦାବି ରଖିଥିଲା। ଏହି ରାଜିନାମାରେ ଚୀନରେ ପ୍ରଭୂତ୍ବ ଚାହୁଁନଥିଲା ଭାରତ । ଏଭଳି କରିବା ଦ୍ବାରା ବ୍ୟବସାୟିକ କ୍ଷତି ସହିବାକୁ ପଡିବ ବୋଲି ଭାରତ ପକ୍ଷରୁ କୁହାଯାଇଛି।

ଏନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପୂର୍ବରୁ ବ୍ୟବସାୟ ପ୍ରସଙ୍ଗରେ ବିଶ୍ବ ଶକ୍ତିଙ୍କ ଦ୍ବାରା ଭାରତ ଉପରେ ଚାପ ପକାଯାଉଥିଲା । ହେଲେ ଏବେ ଏପରି ହେବାକୁ ଦେବୁନାହିଁ । ଚଳିତଥର ଭାରତ ଫ୍ରଣ୍ଟ ଫୁଟରେ ଖେଳି ବ୍ୟବସାୟ କ୍ଷତି ଉପରେ ଭାରତ ଚିନ୍ତାକୁ ଦୂର କରିବାର ଆବଶ୍ୟକତା ଉପରେ ଜୋର ଦେଇଛି । ଭାରତୀୟ ସେବା ଏବଂ ନିବେଶ ପାଇଁ ବିଶ୍ବ ବଜାର ଖୋଲିବାର ଆବଶ୍ୟକତା ଉପରେ ଜୋର ଦିଆଯାଇଛି । ଭାରତର ଏହି ଆଭିମୁଖ୍ୟ ଗରିବଙ୍କ ହିତର ରକ୍ଷା କରିବା ସହ କାର୍ଯ୍ୟରତ ସେକ୍ଟରକୁ ମଧ୍ୟ ଲାଭ ପହଞ୍ଚିବ ବୋଲି ସେ କହିଛନ୍ତି।

ତେବେ ଆରସିଇପି ଚୁକ୍ତି ପୂର୍ବରୁ ଏହାକୁ ନେଇ ଉଦ୍ୟୋଗ ଜଗତରେ ଚିନ୍ତାର ଲହଡି ଖେଳିଯାଇଥିଲା। ଆମଦାନୀ ଶୁଳ୍କ କମ କରିବା କିମ୍ବା ହ୍ରାସ କରିବା ଦ୍ବାରା ବିଦେଶରୁ ଭାରି ମାତ୍ରାରେ ଦ୍ରବ୍ୟ ଭାରତକୁ ଆସିବ। ଯାହା ଫଳରେ ଘରୋଇ ଉଦ୍ୟୋଗକୁ ବଡ କ୍ଷତି ସହିବାକୁ ପଡିବ ବୋଲି ବଡ ବଡ ଉଦ୍ୟୋଗପତି ମତବ୍ୟକ୍ତ କରିଥିଲେ।

ABOUT THE AUTHOR

...view details