ଓଡିଶା

odisha

ETV Bharat / bharat

ଦେଶରେ 29 ଲକ୍ଷ ଛୁଇଁଲା ସଂକ୍ରମଣ, 24 ଘଣ୍ଟାରେ 10 ଲକ୍ଷ କୋରୋନା ଟେଷ୍ଟ - India covid cases croses 29 million

ଦେଶରେ କ୍ରମାଗତ ବଢିବାରେ ଲାଗିଛି କୋରୋନା ମାମଲା। ଶନିବାର ସୁଦ୍ଧା ଦେଶରେ 29 ଲକ୍ଷରେ ପହଁଞ୍ଚିଛି ସଂକ୍ରମଣ ତାଲିକା। ସେହିପରି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 10 ଲକ୍ଷରୁ ଅଧିକ ଲୋକଙ୍କ କୋରୋନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଦେଶରେ 29 ଲକ୍ଷ ଛୁଇଁଲା ସଂକ୍ରମଣ, 24 ଘଣ୍ଟାରେ 10 ଲକ୍ଷ କୋରୋନା ଟେଷ୍ଟ
ଦେଶରେ 29 ଲକ୍ଷ ଛୁଇଁଲା ସଂକ୍ରମଣ, 24 ଘଣ୍ଟାରେ 10 ଲକ୍ଷ କୋରୋନା ଟେଷ୍ଟ

By

Published : Aug 22, 2020, 8:24 AM IST

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ବଢିବାରେ ଲାଗିଛି କୋରୋନା ମାମଲା। ଶନିବାର ସୁଦ୍ଧା ଦେଶରେ 29 ଲକ୍ଷରେ ପହଁଞ୍ଚିଛି ସଂକ୍ରମଣ ତାଲିକା। ତେବେ ଗତ 24 ଘଣ୍ଟାରେ ପାଖାପାଖି ୬୮୮୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ କୋରୋନାରେ ୯୮୩ ଜଣଙ୍କର ମୃତ୍ୟୁ ହେବା ଦ୍ବାରା ମୋଟ୍ ମୃତ୍ୟୁସଂଖ୍ୟା ୫୪,୮୪୯ ଛୁଇଁଛି।

ଅନ୍ୟପକ୍ଷରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬୨୨୮୨ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଫଳରେ କୋରୋନାରୁ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଥିବା ମୋଟ୍ ମାମଲା ୨୧.୫ ଲକ୍ଷ ଟପି ୨୧,୫୮,୯୪୭ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ଦେଶରେ 60 ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସଂକ୍ରମଣ ହାର ବଢୁଥିବା ବେଳେ ଟେଷ୍ଟିଂ ପ୍ରତି ଅଧିକ ଗୁରୁତ୍ବ ଦେଉଛନ୍ତି ସରକାର। ଶେଷରେ ଦୈନିକ 10 ଲକ୍ଷ ଟେଷ୍ଟିଂ କରି ଏକ ନୂଆ ରେକର୍ଡ ସ୍ଥାପନା କରିଛି ଆଇସିଏମଆର। ଗତ 24 ଘଣ୍ଟା ମଧ୍ୟରେ ଦେଶରେ 10 ଲକ୍ଷରୁ ଅଧିକ ଲୋକଙ୍କ କୋରୋନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଖବର ଅନୁଯାୟୀ,ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସକ୍ରିୟ ମାମଲା ୨୩.୮୧ ପ୍ରତିଶତ ହୋଇଥିବାବେଳେ ମୃତ୍ୟୁ ପ୍ରତିଶତ ୧.୮୮ ରହିଛି। ତେବେ ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଆମେରିକା ରହିଥିବା ବେଳେ ଏହାକୁ ଅନୁସରଣ କରୁଛି ବ୍ରାଜିଲ।

ABOUT THE AUTHOR

...view details