ଓଡିଶା

odisha

ETV Bharat / bharat

ବିଶ୍ୱକୁ କୋରୋନା ଟିକା ଯୋଗାଇବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଆନ୍ଥୋନି ଫାଉସି - କୋରୋନା ଟିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ତଥା ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନି ଫାଉସି ଦାବି କରିଛନ୍ତି ଯେ, ବିଶ୍ୱକୁ ଏକ ପ୍ରଭାବଶାଳୀ କୋରୋନା ଟିକା ଯୋଗାଇବାରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

corona
ବିଶ୍ୱକୁ କୋରୋନା ଟିକା ଯୋଗାଇବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ

By

Published : Jul 31, 2020, 11:48 AM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ତଥା ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନି ଫାଉସି ଦାବି କରିଛନ୍ତି ଯେ, ବିଶ୍ୱକୁ ଏକ ପ୍ରଭାବଶାଳୀ କୋରୋନା ଟିକା ଯୋଗାଇବାରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଇସିଏମଆର ଦ୍ବାରା ଆୟୋଜିତ ଏକ ୱେବ୍ ସମ୍ମିଳନୀରେ ଫାଉସି କହିଛନ୍ତି, କୋରୋନା ବିପଦ ସତ୍ତ୍ବେ ଟିକା ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ହ୍ୟୁମାନ ଚ୍ୟାଲେଞ୍ଜ ପରୀକ୍ଷା କରିବା ଜରୁରୀ ନଥିଲା ।

ଭାରତର ଉତ୍ପାଦନ କ୍ଷମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଆମେ ଏହା ସ୍ପଷ୍ଟ କରିଛୁ ଯେ, ଟିକା ଉପରେ ସମସ୍ତ ପରୀକ୍ଷାକୁ ରେଗୁଲେଟୋରୀ ଷ୍ଟାଣ୍ଡାର୍ଡ ପାଳନ କରିବାକୁ ପଡିବ । ଏଥିସହ ସମସ୍ତ ନୈତିକ ସମୀକ୍ଷା, ଦୃଢ ଡାଟା ମନିଟରିଂ ଏବଂ ସୁରକ୍ଷା ବୋର୍ଡ ଅନ୍ତର୍ଭୂକ୍ତ କରାଯିବ ବୋଲି ଫାଉସି କହିଛନ୍ତି।

ହ୍ୟୁମାନ ଟ୍ରାଏଲ ପ୍ରସଙ୍ଗରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ନିକଟରେ ଏହି ପ୍ରସଙ୍ଗକୁ ନେଇ ଏକ ବିଶେଷଜ୍ଞ ଏକ୍ସପର୍ଟଙ୍କୁ ଡକାଇଥିଲୁ । ଯେଉଁଥିରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲୁ ଯେ, ଏହି ସମୟରେ ଏପରି ଅଧ୍ୟୟନର ଆବଶ୍ୟକତା ନାହିଁ। ତେବେ ସଂକ୍ରମିତ ରୋଗୀଙ୍କୁ ଭଲ କରିବା ପାଇଁ ଆମ ପାଖରେ ପ୍ରଭାବଶାଳୀ ଚିକିତ୍ସା ନାହିଁ । ଏହି କାରଣରୁ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଛୁ ଯେ ବର୍ତ୍ତମାନ ମାନବ ଚ୍ୟାଲେଞ୍ଜ ଜରୁରୀ ନୁହେଁ ।

ଭାରତର ସ୍ୱଦେଶୀ କୋରୋନା ଟିକାର କୋଭ୍ୟାକ୍ସିନର ମାନବ ପରୀକ୍ଷା ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି । ସେହିପରି ଆନ୍ତର୍ଜାତୀୟ ସ୍ତରରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେକା ଦ୍ୱାରା ମିଳିତ ଭାବରେ ପ୍ରସ୍ତୁତ ଟିକା କୋଭିଶିଲ୍ଡ ମାନବ ପରୀକ୍ଷଣର ଉନ୍ନତ ପର୍ଯ୍ୟାୟରେ ଅଛି ।

ପ୍ରକାଶ ଥାଉକି, ମାରାତ୍ମକ କୋରୋନା ଭାଇରସରେ କାୟାରେ ବିଶ୍ବର 188ଟି ଦେଶ ରହିଛି । ବର୍ତ୍ତମାନ ବିଶ୍ବରେ ପାଖାପାଖି 16 ନିୟୁତ ଲୋକ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏଥିସହ 6.5 ଲକ୍ଷ ଲୋକ ଏହି ମାରାତ୍ମକ ଭାଇରସରେ ପ୍ରାଣ ହରାଇଛନ୍ତି । ଏହି କ୍ରମରେ ଭାରତରେ 16 ଲକ୍ଷ ପାର କରିଛି କୋରୋନା ମାମଲା ।

ABOUT THE AUTHOR

...view details