ଓଡିଶା

odisha

ETV Bharat / bharat

ଦେଶରେ 7 ଲକ୍ଷ ପାର କଲା କୋରୋନା ସଂକ୍ରମଣ, 24 ଘଣ୍ଟାରେ 22,252 ମାମଲା - corona news

ବ୍ରେକ୍ ଲାଗୁନି ସଂକ୍ରମଣ ଓ ମୃତ୍ୟୁହାରରେ। ଦେଶରେ ସଂକ୍ରମଣ ମାମଲା 7 ଲକ୍ଷ ପାର କରିଛି। 24 ଘଣ୍ଟାରେ 22,252ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଦିନକରେ 467 ଜଣଙ୍କର ମୃତ୍ୟୁ ଘଟିଛି ।

ଦେଶରେ 7 ଲକ୍ଷ ପାର କଲା କୋରୋନା ସଂକ୍ରମଣ, 24 ଘଣ୍ଟାରେ 22,252 ମାମଲା
ଦେଶରେ 7 ଲକ୍ଷ ପାର କଲା କୋରୋନା ସଂକ୍ରମଣ, 24 ଘଣ୍ଟାରେ 22,252 ମାମଲା

By

Published : Jul 8, 2020, 7:45 AM IST

ନୂଆଦିଲ୍ଲୀ: ବିଂଶ ଶତାବ୍ଦୀର ବଡ ବିପର୍ଯ୍ୟୟ। ମହାମାରୀ କାଳରେ ମଣିଷ ଉପାୟଶୂନ୍ୟ। ଦୀର୍ଘ ମାସ ହେବ ଏକ ଅଦୃଶ୍ୟ ଭାଇରସ ସହ ଲଢି ଧରାଶାୟୀ ହୋଇଗଲାଣି ଦେଶ। ପ୍ରତ୍ୟେକ ମୁହୂର୍ତ୍ତରେ ଭାଇରସ ଚିନ୍ତା। ତେବେ ଦ୍ରୁତ ଗତିରେ ଅତ୍ର, ତତ୍ର ଓ ସର୍ବତ୍ର କାୟା ମେଲାଇବାରେ ଲାଗିଛି କୋରୋନା।

ବ୍ରେକ୍ ଲାଗୁନି ସଂକ୍ରମଣ ଓ ମୃତ୍ୟୁହାରରେ। ଦେଶରେ ସଂକ୍ରମଣ ମାମଲା 7 ଲକ୍ଷ ପାର କରିଛି। ସଂକ୍ରମଣ ମାମଲା 6 ଲକ୍ଷରେ ପହଞ୍ଚିବାର ଚାରି ଦିନ ପରେ ବୁଧବାର ଭାରତର କୋରୋନା ଭାଇରସ୍ ମାମଲା ଏହି ମାର୍କ ଅତିକ୍ରମ କରିଛି ।

ଦେଶରେ 24 ଘଣ୍ଟାରେ 22,252ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7,19,665ରେ ପହଞ୍ଚିଛି । ସେପଟେ ଦିନକରେ 467 ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା 20,160କୁ ବୃଦ୍ଧି ପାଇଛି ।

ତେବେ 4,39,948 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 2,59,557 ଟି ସକ୍ରିୟ ମାମଲା ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। କୋଭିଡ୍ 19 ମାମଲାରେ ଭାରତ ବର୍ତ୍ତମାନ କେବଳ ଆମେରିକା ଏବଂ ବ୍ରାଜିଲକୁ ପିଛା କରୁଛି ଏବଂ ଏହା ଚୀନ୍ ତୁଳନାରେ ଆଠ ଗୁଣ ଅଧିକ ରେକର୍ଡ କରିଛି ।

ABOUT THE AUTHOR

...view details