ଓଡିଶା

odisha

ରେକର୍ଡ ଭାଙ୍ଗିଲା କୋରୋନା, ଦିନକରେ 20 ହଜାର ଆକ୍ରାନ୍ତ, 410 ମୃତ୍ୟୁ

By

Published : Jun 29, 2020, 8:44 AM IST

ଦେଶରେ କୋରୋନା ସ୍ଥିତି ସଙ୍ଗୀନ । ଗୋଟିଏ ଦିନରେ 19,906 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 410 ଜଣଙ୍କ ମୃତ୍ୟୁ ହୋଇଛି।

ରେକର୍ଡ ଭାଙ୍ଗିଲା କୋରୋନା, ଦିନକରେ 20 ହଜାର ଆକ୍ରାନ୍ତ, 410 ମୃତ୍ୟୁ
ରେକର୍ଡ ଭାଙ୍ଗିଲା କୋରୋନା, ଦିନକରେ 20 ହଜାର ଆକ୍ରାନ୍ତ, 410 ମୃତ୍ୟୁ

ନୂଆଦିଲ୍ଲୀ: ସର୍ବକାଳୀନ ଦିନିଆ ରେକର୍ଡ ଭାଙ୍ଗିଲା କୋରୋନା। ବ୍ରେକ୍ ଲାଗୁନି ସଂକ୍ରମଣ ଓ ମୃତ୍ୟୁ ହାରରେ। ବର୍ଷ ଆରମ୍ଭରୁ ମହାମାରୀରର ମହାବିପତ୍ତିରେ ଅଣନିଶ୍ବାସୀ ହୋଇଗଲେଣି ବିଶ୍ବବାସୀ। ତେବେ ଔଷଧ ବାହାରିପାରୁ ନଥିବା ବେଳେ ମୃତ୍ୟୁହାର ମଧ୍ୟ ବଢି ଚାଲିଛି। ପ୍ରଥମ ଥର ପାଇଁ 24 ଘଣ୍ଟାରେ ପାଖାପାଖି 20,000 ସଂକ୍ରମଣ ମାମଲା ସହ ଦେଶରେ ସଂଖ୍ୟା 5.8 ଲକ୍ଷକୁ ପହଁଞ୍ଚିଛି।

କ୍ରମାଗତ ପଞ୍ଚମ ଦିନ ପାଇଁ ସର୍ବାଧିକ ଏକକ ଦିନିକିଆ ରେକର୍ଡ କରାଯାଇଥିଲା ଯାହା କୋରୋନାଭାଇରସ୍ ସଂକ୍ରମଣକୁ 15,000 ରୁ ଅଧିକ ବୃଦ୍ଧି କରିଥିଲା। ଜୁନ୍ 1 ରୁ ଆଜି ପର୍ଯ୍ୟନ୍ତ ଦେଶରେ 3,38,324 ସଂକ୍ରମଣ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ କୋରୋନାଭାଇରସ୍ ମାମଲା 5,28,859 ରେ ରହିଛି। ଯେଉଁଥିରେ 2,03,051 ସକ୍ରିୟ ମାମଲା, 3,09,713 ଆରୋଗ୍ୟ ଏବଂ 16,095 ମୃତ୍ୟୁ ଘଟିଛି। ତଥ୍ୟରେ 19,906 ଟି ନୂଆ ମାମଲା ଦେଖାଯାଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ 410 ଜଣ ପ୍ରାଣ ହରାଇଛନ୍ତି।

ଆଇସିଏମଆର ଅନୁଯାୟୀ, ଜୁନ୍ 27 ପର୍ଯ୍ୟନ୍ତ ସମୁଦାୟ 82,27,802 ନମୁନା ପରୀକ୍ଷା କରାଯାଇଛି ଏବଂ ଶନିବାର ଦିନ 2,31,095 ନମୁନା ପରୀକ୍ଷା କରାଯାଇଛି। ଆସାମର ଗୌହାଟୀରେ ରବିବାର ସନ୍ଧ୍ୟାରୁ 14 ଦିନିଆ ଲକଡାଉନ ଘୋଷଣା କରାଯାଇଛି।

ସେହିପରି ପଞ୍ଜାବରେ 24 ଘଣ୍ଟାରେ 161 ନୂଆ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5216ରେ ପହଁଞ୍ଚିଛି।

ABOUT THE AUTHOR

...view details