ଓଡିଶା

odisha

ETV Bharat / bharat

ଜାତିସଂଘ ମୁଖ୍ୟଙ୍କ ନୂତନ ପରାମର୍ଶଦାତା ହେଲେ ଭାରତୀୟ ପରିବେଶବିତ୍ - ଜାତିସଂଘ ମୁଖ୍ୟଙ୍କ ନୂତନ ପରାମର୍ଶଦାତା

ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସଙ୍କ ନିଜ ପରାମର୍ଶଦାତା ମଧ୍ୟରେ ଭାରତର ଜଣେ ପରିବେଶବିତ୍ ସାମିଲ ହୋଇଛନ୍ତି । ପରାମର୍ଶଦାତା ସଂଘରେ ଭାରତର ଜଣେ ମହିଳା ପରିବେଶବିତ୍ ଅର୍ଚ୍ଚନା ସୋରେଙ୍ଗ ସାମିଲ ହୋଇଛନ୍ତି ।

 ପରିବେଶବିତ୍ ଅର୍ଚ୍ଚନା ସୋରେଙ୍ଗ
ପରିବେଶବିତ୍ ଅର୍ଚ୍ଚନା ସୋରେଙ୍ଗ

By

Published : Jul 28, 2020, 12:08 PM IST

ନୂଆଦିଲ୍ଲୀ: ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସଙ୍କ ନିଜ ପରାମର୍ଶଦାତା ମଧ୍ୟରେ ଭାରତର ଜଣେ ପରିବେଶବିତ୍ ସାମିଲ ହୋଇଛନ୍ତି । ପରାମର୍ଶଦାତା ସଂଘରେ ଭାରତର ଜଣେ ମହିଳା ପରିବେଶବିତ୍ ଅର୍ଚ୍ଚନା ସୋରେଙ୍ଗ ସାମିଲ ହୋଇଛନ୍ତି । ଏହି ଦଳରେ ଯୁବ ନେତାମାନେ ରହିଥାନ୍ତି, ଏମାନେ ଜଳବାୟୁ ସଙ୍କଟର ମୁକାବିଲା ପାଇଁ ଦୃଷ୍ଟିକୋଣ ଓ ସମାଧାନ ପ୍ରଦାନ କରିଥାନ୍ତି ।

ଜାତିସଂଘ ସୋମବାର ଏକ ବିବୃତ୍ତିରେ କହିଛି ଯେ ସୋରେଙ୍ଗ, ଓକିଲାତି ଓ ଅନୁସନ୍ଧାନରେ ଅଭିଜ୍ଞ । ତାଙ୍କ ପାଖରେ ପାରମ୍ପାରିକ ଜ୍ଞାନ ଓ ସାଂସ୍କୃତିକ ଅଭ୍ୟାସକୁ ନେଇ ଡକ୍ୟୁମେଣ୍ଟ ରହିଛି । ସେ ପରିବେଶ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଆମ ପୂର୍ବପୁରୁଷମାନେ ସେମାନଙ୍କର ପାରମ୍ପାରିକ ଜ୍ଞାନ ଓ ଅଭ୍ୟାସ ମାଧ୍ୟମରେ ଯୁଗ ଯୁଗ ଧରି ଜଙ୍ଗଲ ଓ ପ୍ରକୃତିର ସୁରକ୍ଷା କରିଆସୁଛନ୍ତି । ବର୍ତ୍ତମାନ ଜଳବାୟୁ ସଙ୍କଟକୁ ମୁକାବିଲା କରିବାରେ ଆଗରେ ରହିବା ଆମର ଦାୟିତ୍ବ ବୋଲି ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ (ଟିଏସ୍ଏସ୍) ମୁମ୍ବାଇରୁ ନିୟାମକ ଶାସନ ଅଧ୍ୟୟନ କରିଥିବା ତଥା ପୂର୍ବତନ ଟିଏସଏସ ଛାତ୍ର ସଂଘର ସଭାପତି ସୋରେଙ୍ଗ କହିଛନ୍ତି।

18 ରୁ 28 ବର୍ଷ ବୟସର ଯୁବ କାର୍ଯ୍ୟକର୍ତ୍ତାମାନେ ଜଳବାୟୁ ସଙ୍କଟର ମୁକାବିଲା ପାଇଁ ବିଶ୍ବସ୍ତରୀୟ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜାତିସଂଘ ମୁଖ୍ୟଙ୍କୁ ନିୟମିତ ପରାମର୍ଶ ଦେବେ। କୋଭିଡ-19 ପୁନରୁଦ୍ଧାର ପ୍ରୟାସର ଏକ ଅଂଶ ଭାବରେ ଜଳବାୟୁ ନିୟନ୍ତ୍ରଣ କାର୍ଯ୍ୟକୁ ସଂଗଠିତ କରିବା ପାଇଁ ମିଳିତ ଜାତିସଂଘ କାର୍ଯ୍ୟ କରୁଛି।

ବର୍ତ୍ତମାନ ଦଳରେ 7 ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି । ଗତ ବର୍ଷର ସଫଳ ଯୁବ ଜଳବାୟୁ ସମ୍ମିଳନୀ ପରେ ଏହି ଦଳର ପ୍ରତିଷ୍ଠା କରାଯାଇଥିଲା । ପ୍ରଥମ ଥର ଯୁବପିଢିଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ଏହି ସମ୍ମିଳନୀରେ 140 ରୁ ଅଧିକ ଦେଶରୁ 1000 ରୁ ଅଧିକ ଯୁବ ପରିବେଶବିତ ଏକତ୍ରିତ ହୋଇ ବିଶ୍ବ ସ୍ତରୀୟ ସମାଧାନ ବିଷୟରେ ଆଲୋଚନା କରିଥିଲେ । ଏହାସହ ବିଶ୍ବ ନେତାମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ । ଜଳବାୟୁ ସଙ୍କଟର ମୁକାବିଲା ପାଇଁ ଆମେ ବର୍ତ୍ତମାନ କାର୍ଯ୍ୟ କରିବା ଆବଶ୍ୟକ।

ABOUT THE AUTHOR

...view details