ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଲାଗିପଡିଛନ୍ତି ଉଭୟ ଦେଶ । ଏବି ବିବାଦର ଶୀଘ୍ର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ବିଭିନ୍ନ ସ୍ତରରେ ମାରାଥନ ବୈଠକ ଜାରି ରହିଛି । ଏହି କ୍ରମରେ ମଙ୍ଗଳବାର ଉଭୟ ଦେଶ ମଧ୍ୟରେ ଜେନେରାଲ ସ୍ତରୀୟ ଆଲୋଚନା ହୋଇଛି । ଏହି ଆଲୋଚନା ଦୀର୍ଘ 12 ଘଣ୍ଟା ଧରି ଚାଲିଥିବା ସୂତ୍ରରୁ ପ୍ରକାଶ ପାଇଛି । ମଙ୍ଗଳବାର ସକାଳ 11ଟାରେ ଆରମ୍ଭ ହୋଇଥିବା ଏହି ବୈଠକ ରାତି 11ଟା ପର୍ଯ୍ୟନ୍ତ ଚାଲିଥିଲା ବୋଲି ସୂତ୍ରରୁ ପ୍ରକାଶ ପାଇଛି । ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟସ୍ଥ ଚୁଶୁଲ ସେକ୍ଟରରେ ହୋଇଥିବା ଏହି ବୈଠକରେ ଭାରତ ଚୀନକୁ କଡା ସନ୍ଦେଶ ଦେଇଛି । ଚୀନର ପିପୁଲ୍ସ ଲିବେରେଶନ ଆର୍ମି ଉଭୟ ଦେଶ ମଧ୍ୟରେ ହୋଇଥିବା ସହମତିର ଉଲ୍ଲଙ୍ଘନ କରିଛନ୍ତି ବୋଲି ଭାରତ କହିଛି ।
ଗଲୱାନ ସଂଘର୍ଷ: 12 ଘଣ୍ଟା ଧରି ମାରାଥନ ବୈଠକ କଲେ ଭାରତ-ଚୀନ - India, China
ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଲାଗିପଡିଛନ୍ତି ଉଭୟ ଦେଶ । ମଙ୍ଗଳବାର ଉଭୟ ଦେଶ ମଧ୍ୟରେ ଜେନେରାଲ ସ୍ତରୀୟ ଆଲୋଚନା ହୋଇଛି । ଏହି ଆଲୋଚନା ଦୀର୍ଘ 12 ଘଣ୍ଟା ଧରି ଚାଲିଥିବା ସୂତ୍ରରୁ ପ୍ରକାଶ ପାଇଛି ।
ତେବେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଏହା ତୃତୀୟ ଜେନେରାଲ ସ୍ତରୀୟ ବୈଠକ ଥିଲା, ଯାହା ଭାରତୀୟ କ୍ଷେତ୍ରରେ ଆୟୋଜିତ ହୋଇଥିଲା । ଏହା ପୂର୍ବରୁ ହୋଇଥିବା ଦୁଇଟି ବୈଠକ ଜୁନ 6 ଏବଂ ଜୁନ 22ରେ ଅନୁଷ୍ଠିତ ହୋଇଥିଲା । ଏହି ଉଭୟ ବୈଠକ ଚୀନ କ୍ଷେତ୍ରରେ ଆୟୋଜିତ ହୋଇଥିଲା । ତେବେ ଏହି ବୈଠକରେ ସମସ୍ତ କ୍ଷେତ୍ରରେ ସ୍ଥିତି ନିୟନ୍ତ୍ରଣ କରିବା ଉପରେ ଚର୍ଚ୍ଚା ହୋଇଥିବା ସୂତ୍ରରୁ ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ ଯେ, ଜୁନ 15 ତାରିଖରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଚୀନ ସେନାର ମଧ୍ୟ 43 ଜଣ ଯବାନ ମୃତାହତ ହୋଇଥିବା ଜଣାପଡିଛି । ତେବେ ଘଟଣାପରଠାରୁ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏହାର ସମାଧାର ପାଇଁ ଭାରତ-ଚୀନ ମଧ୍ୟରେ ଜେନେରାଲ ସ୍ତରରୁ ଆରମ୍ଭ କରି କୂଟନୈତିକ ସ୍ତର ପର୍ଯ୍ୟନ୍ତ ଆଲୋଚନା ହେଉଛି ।