ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ପୁଣି ଏଲଏସି ମାମଲା ଉଠାଇଛନ୍ତି । ଚିଦାମ୍ବରମ୍ କହିଛନ୍ତି ଯେ ଚୀନ ପୁଣିଥରେ ଗଲୱାନ୍ ଉପରେ ନିଜର ଦାବିକୁ ଜାହିର କରିଛି, ଏନଡିଏ ସରକାର ପୁଣିଥରେ ସ୍ଥିତି ପୁନଃସ୍ଥାପିତ କରିବାକୁ ଦାବି କରିବେ କି ? ସ୍ଥିତି ପୁନଃସ୍ଥାପିତ କରିବାରେ ସରକାର ସଫଳ ହେବେ କି?
ପୁଣି ଗଲୱାନ ଉପରେ ଚୀନର ଦାବି: ସରକାରଙ୍କୁ ଘେରିଲେ ଚିଦାମ୍ବରମ୍ - ପୁଣି ଗଲୱାନ ଉପରେ ଚୀନର ଦାବି
କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ପୁଣି ଏଲଏସି ମାମଲା ଉଠାଇଛନ୍ତି । ଏହାପୂର୍ବରୁ ଚିଦାମ୍ବରମ୍ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ।
ପୂର୍ବ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଚୀନର ବିଦେଶ ମନ୍ତ୍ରଣାଳୟ ଓ ଚୀନ ସେନା ପୁଣି ଥରେ ଗଲୱାନ ଘାଟିକୁ ନିଜର ବୋଲି କହୁଛି ଓ ଭାରତକୁ ଶୀଘ୍ର ଖାଲି କରିବାକୁ ଅସାଧାରଣ ଦାବି କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପ୍ରିଲ-ଜୁନ 2020ରେ ଚୀନ ସେନା ସ୍ଥିତି ପରିବର୍ତ୍ତନ କରିବାରେ ସଫଳ ହୋଇଛନ୍ତି । କଣ ମୋଦି ସରକାର ପୁଣି ପୂର୍ବଭଳି ସ୍ଥିତିକୁ ସ୍ଥାପିତ କରିବାରେ ସଫଳ ହେବେ ।
ଏହାପୂର୍ବରୁ ଚିଦାମ୍ବରମ୍ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ‘ଜେପି ନଡ୍ଡା ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂଙ୍କୁ 2010 ରୁ 2013 ମଧ୍ୟରେ ହୋଇଥିବା 600 ଥର ଚୀନ ଆକ୍ରମଣ ବିଷୟରେ ବୁଝାଇବାକୁ କହିଥିଲେ। ହଁ ସେଠାରେ ଅନୁପ୍ରବେଶ ହୋଇଥିଲା, କିନ୍ତୁ ଚୀନ କୌଣସି ଭାରତୀୟ ଅଞ୍ଚଳ ଦଖଲ କରିନଥିଲା ଓ ହିଂସାତ୍ମକ ସଂଘର୍ଷରେ ଭାରତୀୟ ଯବାନଙ୍କ ମୃତ୍ୟୁ ହୋଇନଥିଲା ’। ଏହାସହ ସେ ନଡ୍ଡାଙ୍କୁ ପ୍ରଶ୍ନ କରିଥିଲେ ଯେ, କଣ ସେ 2015ରୁ ଏପର୍ଯ୍ୟନ୍ତ ଚୀନର 2264 ଥର ଅନୁପ୍ରବେଶ ବିଷୟରେ ସୂଚନା ଦେଇପାରିବେ ।