ଚେନ୍ନାଇ: ସୀମା ବିବାଦ ନେଇ ଭାରତ-ଚୀନ ସେନା ମଧ୍ୟରେ ଘଟିଥିବା ହିଂସାତ୍ମକ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଦୀର୍ଘ 44 ବର୍ଷ ପରେ ଭାରତ-ଚୀନ ସୀମାରେ ରକ୍ତାକ୍ତ ସଂଘର୍ଷ ଘଟିଛି । ତେବେ ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରୁ କେ ପଲାନିଙ୍କ ସ୍ବପ୍ନ ଅଧାରେ ରହିଗଲା । ସେ ଦେଶ ବଳିଦାନ ଦେଇଥିଲାବେଳେ ଜୁନ୍ 3 ରେ ନବନିର୍ମିତ ଗୃହକୁ ଯିବାରୁ ବଞ୍ଚିତ ହେଲେ ।
ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାସ୍ଥିତ ତିରୁଦଭଡାନାଇ ସହର ନିକଟ କାଦୁକକାଲୁର ଗ୍ରାମ ନିବାସୀ 40 ବର୍ଷୀୟ କେ ପଲାନି । ତାଙ୍କର ସର୍ବଦା ସପ୍ନ ଥିଲା ଏକ ସୁନ୍ଦର ଘରେଟେ ନିର୍ମାଣ କରି ସେଠାରେ ପରିବାରଙ୍କ ସହ ବାସ କରିବେ । ଏଥିପାଇଁ ସେ ପ୍ରାୟ 17 ଲକ୍ଷ ଟଙ୍କା ଋଣ ନେଇ ରାମନ୍ତପୁରମ୍ ସହର ନିକଟରେ ନିର୍ମାଣ କରିଛନ୍ତି ଏବଂ ଆସନ୍ତା ବର୍ଷ ନିଜ ଚାକିରିରୁ ଅବସର ନେଇ ନୂତନ ଘରେ ବସବାସ କରିବାକୁ ଚାହୁଁଥିଲେ ।