ଓଡିଶା

odisha

ETV Bharat / bharat

ଭାରତ-ଚୀନ ସୀମା ବିବାଦ, ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଲେ ଚିଦାମ୍ବରମ୍ - India-China border dispute

ଭାରତ ଓ ଚୀନ ମଧ୍ୟରେ ବିବାଦ ଉଗ୍ରରୂପ ନେଲାଣି। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ମଙ୍ଗଳବାର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ଭାରତ-ଚୀନ ସୀମା ବିବାଦ, ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଲେ ଚିଦାମ୍ବରମ୍
ଭାରତ-ଚୀନ ସୀମା ବିବାଦ, ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଲେ ଚିଦାମ୍ବରମ୍

By

Published : Jun 17, 2020, 7:47 AM IST

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବିବାଦ ଉଗ୍ରରୂପ ନେଲାଣି। ମଙ୍ଗଳବାର ଜଣେ ମେଜର ଓ 2ଜଣ ଯବାନ ଶହୀଦ ହୋଇଥିବା ବେଳେ ରାତ୍ରିରେ ଏହି ସଂଖ୍ୟା 20ରେ ପହଁଞ୍ଚିଥିଲା। ତେବେ ଘଟଣାକୁ ନେଇ ବିରୋଧୀ ମାନେ ଆରମ୍ଭ କରିଦେଇଛନ୍ତି ରାଜନୈତିକ ବୟାନବାଜୀ। ମୋଦି ସରକାରଙ୍କ ଶାସନ କାଳରେ ଏପରି ଏକ ବଡ ଘଟଣାକୁ ପାଇଁ କଂଗ୍ରେସ ଟାର୍ଗେଟରେ ବିଜେପି।

ତେବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ନୀରବତା ଉପରେ ପ୍ରଶ୍ନ କରି କହିଛନ୍ତି ଯେ ଏହା ଦେଶ ପାଇଁ ଚିନ୍ତାର ବିଷୟ। ଚୀନ୍ ସେନା ସହ ସଂଘର୍ଷରେ ଭାରତୀୟ ସୈନିକଙ୍କ ଶହୀଦ ହେବା ପରେ ଚିଦାମ୍ବରମ୍ ଟ୍ୱିଟରରେ ସରକାରଙ୍କୁ ଘେରି ରହିଥିଲେ। ସେ କହିଛନ୍ତି ଯେ ଦେଶ ପ୍ରତିରକ୍ଷା ମନ୍ତ୍ରଣାଳୟ କିମ୍ବା ସେନା ମୁଖ୍ୟାଳୟର ଏକ ପ୍ରାଧିକୃତ ବିବୃତ୍ତିକୁ ଅପେକ୍ଷା କରିଛି।

ଏହି ବିବୃତ୍ତି ରାତିରେ ଆସିବ କି? ଏପରି କିଛି କହି ଶାଣିତ ଢଙ୍ଗରେ ଚିଦାମ୍ବରମ୍ ମୋଦିଙ୍କୁ କଟାକ୍ଷ କରିଛନ୍ତି । ମେ 1 ତାରିଖରୁ ପ୍ରଧାନମନ୍ତ୍ରୀ ଏକ ଚିନ୍ତାଜନକ ନୀରବତା ଆପଣେଇ ଆସିଛନ୍ତି। ଆପଣ କଳ୍ପନା କରିପାରିବେ କି ଦେଶରେ ବିଦେଶୀ ସୈନ୍ୟ ଅନୁପ୍ରବେଶ ପରେ 7 ସପ୍ତାହ ପର୍ଯ୍ୟନ୍ତ ସରକାରଙ୍କ ମୁଖ୍ୟ ଏ ବିଷୟରେ ଗୋଟିଏ ବି ଶବ୍ଦ କହି ନାହାଁନ୍ତି ବୋଲି ଚିଦାମ୍ବରମ୍ ଟ୍ବିଟ କରି ପଚାରିଛନ୍ତି।

ଚିଦାମ୍ବରମ୍ କହିଛନ୍ତି, ସାମରିକ ହ୍ବାଟସାସ୍ ଆପ୍ ଗ୍ରୁପ୍କୁ ଧନ୍ୟବାଦ, ଯେଉଁଥିପାଇଁ ମଙ୍ଗଳବାର ଦିନ 12.52 ରେ ଖବର ଆସିଥିଲା। ଏହା ପରେ ବୌଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଏକମାତ୍ର ଅନୁମୋଦିତ ବିବୃତ୍ତି ଜାରି କରାଯାଇଥିଲା ଯେଉଁଥିରେ କିଛି ନୂଆ ନଥିଲା।

ସେ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ଅବଶ୍ୟ ଭାରତୀୟମାନେ ପ୍ରାଣ ହରାଇଛନ୍ତି। ଏହି ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀ ଲୋକ କିଏ ? ସେମାନଙ୍କ ମଧ୍ୟରୁ ଜଣେ ତାମିଲନାଡୁର ରାମନାଥପୁରାମ ଜିଲ୍ଲାର ଜଣେ ତାମିଲ ଭାରତୀୟ କି ?

ABOUT THE AUTHOR

...view details