ନୂଆଦିଲ୍ଲୀ: ଆଜି ଦେଶରେ 74ତମ ସ୍ବାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଅମୃତସରର ଅଟ୍ଟାରୀ-ୱାଘା ସୀମାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ପତାକା ଉତ୍ତୋଳନ ପରେ ସୀମା ସୁରକ୍ଷିତ ଥିବା ଦେଶବାସୀଙ୍କୁ ଆଶ୍ବାସନା ଦେଇଛନ୍ତି ବିଏସ୍ଏଫ୍ ଏବଂ ଆଇଟିବିପିର ଡାଇରେକ୍ଟର ଜେନେରାଲ ଏସ ଏସ ଦେଶୱାଲ । ଏଥିସହ ସୁରକ୍ଷାକର୍ମୀ ସୀମାରେ ସତର୍କ ଥିବା ସେ କହିଛନ୍ତି ।
ସ୍ବାଧୀନତା ଦିବସରେ ସୀମା ସୁରକ୍ଷା ସୁନିଶ୍ଚିତ କଲେ ବିଏସ୍ଏଫ୍ ଅଧିକାରୀ - 74ତମ ସ୍ବାଧୀନତା ଦିବସ
ପତାକା ଉତ୍ତୋଳନ ପରେ ସୀମା ସୁରକ୍ଷିତ ଥିବା ଦେଶବାସୀଙ୍କୁ ଆଶ୍ବାସନା ଦେଇଛନ୍ତି ବିଏସ୍ଏଫ୍ ଏବଂ ଆଇଟିବିପିର ଡାଇରେକ୍ଟର ଜେନେରାଲ ଏସ ଏସ ଦେଶୱାଲ ।
74ତମ ସ୍ବାଧୀନତା ଦିବସରେ ସୁରକ୍ଷାକର୍ମୀ, ସେମାନଙ୍କ ପରିବାର ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଶହୀଦଙ୍କ ବଳିଦାନକୁ ମନେ ପକାଇଛନ୍ତି ଦେଶୱାଲ । ସେ କହିଛନ୍ତି, ଭାରତ ଏକ ଶାନ୍ତି ପ୍ରେମୀ ରାଷ୍ଟ୍ର। ସୀମାରେ ଥିବା ଆମର ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ଶକ୍ତି ଏବଂ ବଳ ସହିତ ସତର୍କ ରୁହନ୍ତି । ଆମେ ଦେଶକୁ ନିଶ୍ଚିତ କରୁଛୁ ଯେ ଆମ ସୀମା ସୁରକ୍ଷିତ ଅଛି ବୋଲି ସେ କହିଛନ୍ତି ।
କୋରୋନା ମହାମାରୀ ସମୟରେ ମଧ୍ୟ ନିଜ ସେବା ଜାରି ରଖିଥିବାରୁ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ଦେଶୱାଲ । ଏଥିସହ ପାକିସ୍ତାନ ଦ୍ବାରା ସୃଷ୍ଟି ହୋଇଥିବା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସେମାନେ ପ୍ରସ୍ତୁତ ବୋଲି ସେ କହିଛନ୍ତି।