ଓଡିଶା

odisha

ETV Bharat / bharat

ଭାରତ-ଭୁଟାନ ମଧ୍ୟରେ ଆରମ୍ଭ ହେଲା ନୂତନ ବାଣିଜ୍ୟ ମାର୍ଗ - trade route

, ଗତକାଲି ଭୁଟାନ ଏବଂ ଭାରତ ମଧ୍ୟରେ ଏକ ନୂତନ ବାଣିଜ୍ୟ ମାର୍ଗ ଖୋଲାଯାଇଛି। କୋରୋନା ମହାମାରୀ ସମୟରେ ଜୟଗାଓଁ ଏବଂ ପାସାଖାର ଅହଲାଇ ମଧ୍ୟରେ ଏହି ମାର୍ଗ ଦୁଇ ଦେଶ ମଧ୍ୟରେ ଯୋଗାଯୋଗକୁ ସୁଗମ କରିବ ।

ଭାରତ-ଭୁଟାନ
ଭାରତ-ଭୁଟାନ

By

Published : Jul 16, 2020, 3:12 PM IST

ଥିମ୍ପୁ : ଭାରତ ଏବଂ ଭୁଟାନ ପରସ୍ପର ସହ ସମ୍ପର୍କ ବୃଦ୍ଧି ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ପଶ୍ଚିମବଙ୍ଗର ଜୟଗାଓଁ ଏବଂ ଭୁଟାନର ପାସାଖା ମଧ୍ୟରେ ଉଭୟ ଦେଶ ଏକ ନୂତନ ବାଣିଜ୍ୟ ମାର୍ଗ ଖୋଲିଛନ୍ତି । ଏନେଇ ଭୁଟାନରେ ଭାରତର ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ ଏନେଇ କହିଛନ୍ତି, ଗତକାଲି ଭୁଟାନ ଏବଂ ଭାରତ ମଧ୍ୟରେ ଏକ ନୂତନ ବାଣିଜ୍ୟ ମାର୍ଗ ଖୋଲାଯାଇଛି। ଯାହା ଅତ୍ୟନ୍ତ ଖୁସିର ବିଷୟ । କୋରୋନା ମହାମାରୀ ସମୟରେ ଜୟଗାଓଁ ଏବଂ ପାସାଖାର ଅହଲାଇ ମଧ୍ୟରେ ଏହି ମାର୍ଗ ଦୁଇ ଦେଶ ମଧ୍ୟରେ ଯୋଗାଯୋଗକୁ ସୁଗମ କରିବ । ଏହା ଉଭୟ ଦେଶର ବିଶେଷ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ସେ କହିଛନ୍ତି ।

ବୁଧବାର ଜୟଗାଓଁ ଏବଂ ଆଲହାଇ ମଧ୍ୟରେ ସାମୟିକ ବିକଳ୍ପ ବାଣିଜ୍ୟ ମାର୍ଗ ଖୋଲାଯାଇଛି । ଏହା ମାଧ୍ୟମରେ ସାମଗ୍ରୀ ଏବଂ ଦ୍ରବ୍ୟ ପରିବହନ କରୁଥିବା ଯାନବାହାନ ଚଳାଚଳ ହେବ । ଜୁଲାଇ 15 ରେ ଭାରତ ସରକାର ପାସାଖାର ଅହଲାଇ ଠାରେ ଏକ ଅତିରିକ୍ତ ଲ୍ୟାଣ୍ଡ କଷ୍ଟମ ଷ୍ଟେସନ ଖୋଲିଛନ୍ତି ବୋଲି ଥିମ୍ପୁରେ ଥିବା ଭାରତୀୟ ଦୂତାବାସ ଏକ ପ୍ରେସ ବିବୃତ୍ତିରେ କହିଛି ।

ପାସାଖାର କଳକାରଖାନା ପାଇଁ ଧାର୍ଯ୍ୟ ହୋଇଥିବା ଶିଳ୍ପ କଞ୍ଚାମାଲ ଏବଂ ସାମଗ୍ରୀର ଗତିବିଧି ପାଇଁ ଏହି ନୂତନ ମାର୍ଗ ବ୍ୟବହାର କରାଯିବ । ଏହା ଦ୍ୱିପାକ୍ଷିକ ବାଣିଜ୍ୟକୁ ବୃଦ୍ଧି କରିବ । ଭାରତରୁ ଭୁଟାନକୁ ଭାରୀ ଯାନ ଏବଂ ଟ୍ରକ୍ ଚଳାଚଳ ପାଇଁ ଏହି ଅସ୍ଥାୟୀ ସୁବିଧା ଯୋଗାଇ ଦେଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ।

ଭୁଟାନ ଭାରତର ନିକଟତମ ସହଯୋଗୀ ତଥା ବନ୍ଧୁ । ଉଭୟ ଦେଶ ମଧ୍ୟରେ ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏବଂ ଜାରି ରହିଥିବା କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନୂତନ ବାଣିଜ୍ୟ ମାର୍ଗ ଉଭୟ ଦେଶ ମଧ୍ୟରେ ବାଣିଜ୍ୟକୁ ଆହୁରି ସୁଗମ କରିବ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details