ୱାସିଂଟନ: ଭାରତରକୁ ନାଟୋ ସହଯୋଗୀ ଦେଶର ମାନ୍ୟତା ଦେବା ପାଇଁ ଆମେରିକା କଂଗ୍ରେସ(ସଂସଦ)ର ଉଚ୍ଚ ସଦନ ସିନେଟରେ ଏକ ବିଲ ପାରିତ ହୋଇଛି । ଇସ୍ରାଏଲ ଏବଂ ଦକ୍ଷିଣ କୋରିଆକୁ ଆମେରିକା ପୂର୍ବରୁ ଏହି ମାନ୍ୟତା ପ୍ରଦାନ କରିଥିବା ବେଳେ ବର୍ତ୍ତମାନ ଭାରତକୁ ଏହି ସୁଯୋଗ ମିଳିଛି । ଆର୍ଥିକ ବର୍ଷ 2020 ପାଇଁ ଗତ ସପ୍ତାହରେ ପାରିତ ହୋଇଥିବା ଜାତୀୟ ସାମରିକ ପ୍ରାଧିକରଣ ଅଧିନିୟମ ସଂଶୋଧନ ବିଲ୍ରେ ଏହି ପ୍ରସ୍ତାବ ରହିଥିଲା ।
ତେବେ ଏହି ମାନ୍ୟତା ମିଳିବା ପରେ ଭାରତକୁ ଆମେରିକାରୁ ବିଭିନ୍ନ ସାମରିକ ଟେକ୍ନୋଲୋଜି ପାଇବା ସୁଗମ ହେବ । ଆତଙ୍କବାଦ ବିରୋଧୀ ଲଢେଇ, ମାନବୀୟ ସହାୟତା ଓ ସାମୁଦ୍ରିକ ସୁରକ୍ଷା ଆଦି କ୍ଷେତ୍ରରେ ସହଯୋଗ ମିଳିବ ।