ଓଡିଶା

odisha

ETV Bharat / bharat

କରତାରପୁର କରିଡର: ଭାରତ-ପାକ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ - Kartarpur corridor agreement

କରତାରପୁର କରିଡରକୁ ନେଇ ଗୁରୁବାର ଗୁରୁତ୍ବପୂର୍ଣ୍ଣ ବୁଝାମଣା ହୋଇଛି । ଭାରତ- ପାକିସ୍ତାନ ମଧ୍ୟରେ ଏହି ପ୍ରୋଜେକ୍ଟକୁ ନେଇ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

By

Published : Oct 24, 2019, 6:54 PM IST

ନୂଆଦିଲ୍ଲୀ: କରତାରପୁର କରିଡରକୁ ନେଇ ଗୁରୁବାର ଗୁରୁତ୍ବପୂର୍ଣ୍ଣ ବୁଝାମଣା ହୋଇଛି । ଭାରତ- ପାକିସ୍ତାନ ମଧ୍ୟରେ ଏହି ପ୍ରୋଜେକ୍ଟକୁ ନେଇ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ଉପରେ ମୋହର ବାଜିଛି ।

ଫଟୋ ସୌଜନ୍ୟ: ଏଏନଆଇ


ଚୁକ୍ତି ମୁତାବକ କରତାରପୁର କରିଡର ଉଦଘାଟନ 9 ନଭେମ୍ବରକୁ ସ୍ଥିରୀକୃତ ହୋଇଛି । ଏହାସହ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକ୍‌ ପିଏମ ଇମ୍ରାନ ଖାନ କରିଡର ଉଦ୍‌ଘାଟନ କରିବେ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ କରରାତପୁର କରିଡର 12 ନଭେମ୍ବରରୁ ଖୋଲାଯିବା ପାଇଁ ଆଶାବ୍ୟକ୍ତ କରାଯାଇଛି ।

ଗୁରୁବାର ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ଜିରୋ ପଏଣ୍ଟ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି । ମାତ୍ର ଏବେ ମଧ୍ୟ ଦୁଇ ଦେଶ ମଧ୍ୟରେ ସେବା ଶୁଳ୍କ 20 ଡଲାର ଉପରେ ଅସମତି ଜାରି ରହିଛି । ଏହାସହ ଏହି ଚୁକ୍ତି ଅନୁଯାୟୀ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ପାକିସ୍ତାନରେ ଥିବା ଦରବାର ସାହିବ ଗୁରୁଦ୍ୱାରକୁ ଯିବା ପାଇଁ କୌଣସି ଭିସା ନିୟମ ଲାଗୁ କରିବ ନାହିଁ। ଏଥିପାଇଁ ଦୁଇ ଦେଶ ମଧ୍ୟରେ 24 ଅକ୍ଟୋବର ଆଉ ଏକ ଚୁକ୍ତି ସ୍ବାକ୍ଷରିତ ହେବ ।

ABOUT THE AUTHOR

...view details