ଓଡିଶା

odisha

By

Published : Feb 18, 2020, 11:03 PM IST

ETV Bharat / bharat

ଭାରତ-ପାକ୍‌ ପରମାଣୁ ଯୁଦ୍ଧ ହେଲେ ୧୨ କୋଟି ପ୍ରାଣ ହରାଇବେ: ରିପୋର୍ଟ

ଦି ମ୍ୟୁନିକ ସିକ୍ୟୁରିଟି ରିପୋର୍ଟ-2020ରେ ଭାରତ ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ହୁଏ ତେବେ 50-125 ମିଲିୟନ ଲୋକ (12କୋଟି) ପ୍ରାଣ ହରାଇବେ । ଏହି ଯୁଦ୍ଧ 2025 ମଧ୍ୟରେ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ବର୍ଡରରେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ ଜାରି ରହିଛି । ଆତଙ୍କୀ କାର୍ଯ୍ୟକଳାପକୁ ସକ୍ରିୟ କରି ଘାଟିରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରୁଛି ପାକିସ୍ତାନ । ଏହି ଭଳି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଲେ ଭାରତ ଚୁପ ବସିବ ନାହିଁ । ଫଳରେ ଆଗାମୀ ଦିନର ଏକ ଭୟଙ୍କର ଯୁଦ୍ଧ ଆଡକୁ ମୁହାଁଇବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଯୁଦ୍ଧ ମୁଖା ହେଲେ ପ୍ରାୟ 12କୋଟି ଲୋକ ପୋକମାଛି ପରି ନିମିଷକେ ପ୍ରାଣ ହରାଇବେ ବୋଲି ଏକ ଅନୁଧ୍ୟାନରୁ ଜଣାପଡିଛି ।

ଦି ମ୍ୟୁନିକ ସିକ୍ୟୁରିଟି ରିପୋର୍ଟ-2020ରେ ଭାରତ ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ହୁଏ ତେବେ 50-125 ମିଲିୟନ ଲୋକ ପ୍ରାଣ ହରାଇବେ । ଏହି ଯୁଦ୍ଧ 2025 ମଧ୍ୟରେ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି । ଭାରତ, ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଏଥିରେ ଚୀନ ମଧ୍ୟ ସାମିଲ ରହିବ । ପୁଲୱାମା ଆଟାକ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ କିଭଳି ଭାବରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା ରିପୋର୍ଟରେ କୁହାଯାଇଛି । ଅଳ୍ପକେ ଏକ ବିରାଟ ଯୁଦ୍ଧରୁ ଆଶଙ୍କା ଟଳି ଯାଇଥିବା ରିପୋର୍ଟରେ କୁହାଯାଇଛି ।

ରିପୋର୍ଟରେ ଭାରତ ଓ ପାକିସ୍ତାନ ପାଖରେ 100 ଓ 150 ପରମାଣୁ ଅସ୍ତ୍ର ରହିଥିବା କୁହାଯାଇଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲେ 15ରୁ 100 କିଲୋ ଟନ ପରମାଣୁ ଅସ୍ତ୍ର ପ୍ରୟୋଗ ହେଲେ 16-36 ମିଲିୟନ ଟନ ଅଙ୍ଗାରକାମ୍ଲ ଉତ୍ପନ୍ନ ହେବ । ଏହା ଦ୍ବାରା ଭୂ-ପୃଷ୍ଠରେ ପଡୁଥିବା ସୂର୍ଯ୍ୟକିରଣ 20-35 ପ୍ରତିଶତ ହ୍ରାସ ହେବା ସମ୍ଭାବନା ଦେଖାଦେବ ।

୨୦୨୫ ସୁଦ୍ଧା ଦୁଇଦେଶର ଅଣୁ ଅସ୍ତ୍ର ସଂଖ୍ୟା ୪୦୦ରୁ ୫୦୦କୁ ବୃଦ୍ଧି ପାଇଥିବ। ଏହି ସମସ୍ତ ପରମାଣୁ ବୋମା ପୃଥିବୀ ପୃଷ୍ଠରେ ପଡିଲେ କୃଷି ଉତ୍ପାଦନ ୧୫ରୁ ୩୦ ପ୍ରତିଶତ ହ୍ରାସ ପାଇବ। ସେହିପରି ସାମୁଦ୍ରିକ ଉତ୍ପାଦନ ୫ରୁ ୧୫ ପ୍ରତିଶତ ହ୍ରାସ ପାଇବ ।

ABOUT THE AUTHOR

...view details