ନୂଆଦିଲ୍ଲୀ: ସୀମା ବିବାଦ ସତ୍ତ୍ବେ ଆଜି ଭାରତ-ନେପାଳ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକ ପୂର୍ବରୁ ନିର୍ଦ୍ଧାରିତ ହୋଇଛି । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ସହ ଏହାର କୌଣସି ସମ୍ପର୍କ ନାହିଁ। ସ୍ବାଧୀନତା ଦିବସ ଅବସରରେ ନେପାଳ ପିଏମ କେପି ଓଲି ଶର୍ମା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଶୁଭେଚ୍ଛା ଦେବା ପରେ ଏହି ବୈଠକକୁ ଅଧିକ ଗୁରୁତ୍ବ କରିଛି।
ନେପାଳରେ ଚାଲିଥିବା ପ୍ରକଳ୍ପଗୁଡିକର ଅଗ୍ରଗତିକୁ ନେଇ ଦୁଇ ଦେଶ ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯିବ । ଏହି ବୈଠକରେ ନେପାଳରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ନେପାଳ ବୈଦେଶିକ ମନ୍ତ୍ରୀ ଶଙ୍କେର ଦାସ ବୈରାଗୀଙ୍କ ସହ ଆଲୋଚନା କରିବେ ।