ନୂଆଦିଲ୍ଲୀ: ଉଗ୍ରବାଦୀଙ୍କ ବିରୁଦ୍ଧରେ ଭାରତୀୟ ସେନାର ବଡ କାର୍ଯ୍ୟାନୁଷ୍ଠାନ । ଭାରତ ଏବଂ ମିଆଁମାର ସେନା ମଣିପୁର, ନାଗାଲାଣ୍ଡ ଏବଂ ଆସାମରେ ସକ୍ରିୟ ଥିବା ଉଗ୍ରବାଦୀ ସଂଗଠନ ବିରୁଦ୍ଧରେ ମିଳିତ ଅଭିଯାନ ଚଳାଇଛନ୍ତି । ଦୁଇ ଦେଶର ସେନା ନିଜ ନିଜ ସୀମାବର୍ତ୍ତୀ ଅଞ୍ଚଳରେ ଉଗ୍ରବାଦୀଙ୍କ ଶିବିର ଗୁଡିକୁ ଧ୍ବଂସ ବିଧ୍ବଂସ କରିଦେଇଛନ୍ତି । ଦୁଇ ଦେଶ ପକ୍ଷରୁ କରାଯାଇଥିବା ଏହି ଅଭିଯାନକୁ 'ଅପରେସନ ସନସାଇନ-୨' ନାମରେ ନାମିତ କରାଯାଇଛି ।
ସେପଟେ କାର୍ଯ୍ୟାନୁଷ୍ଠାନ ସମୟରେ ଲୁଚି ପଳାଉଥିବା ଉଗ୍ରବାଦୀଙ୍କୁ ଧରିବାରେ ମଧ୍ୟ ସଫଳ ହୋଇଛନ୍ତି ସେନା ଯବାନ । ଭାରତୀୟ ସୀମାର ଅପରେସନରେ ଦୁଇ ବାଟାଲିୟନ ସ୍ପେଶାଲ ଫୋର୍ସ , ଆସାମ ରାଇଫଲ୍ସ ଏବଂ ଘାତକ ଇନଫେଣ୍ଟ୍ରି ଯବାନଙ୍କୁ ସାମିଲ ଥିଲେ । ସେହିପରି ମିଆଁମାର ସେନା ନିଜର ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ କରିଥିଲା । ଯେଉଁଥିରେ ସେନାର 4 ବ୍ରିଗେଡ ମଧ୍ୟ ସାମିଲ ଥିଲେ ।