ନୂଆଦିଲ୍ଲୀ: ପାକିସ୍ତାନରେ ସଞ୍ଚାଳିତ ଆତଙ୍କବାଦୀ ସଂଗଠନ ଯୋଗୁଁ କ୍ଷେତ୍ରୀୟ ଶାନ୍ତିରେ ପଡୁଥିବା ପ୍ରଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତ ଏବଂ ଜାପାନ। ଏହା ସହିତ ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଭୟ ଦେଶ ମିଳିତ ଭାବରେ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନର ଆତଙ୍କବାଦୀ ପ୍ରତ୍ସାହନ ନୀତି ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଉଭୟ ଦେଶର ପ୍ରତିନିଧି ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଭାରତକୁ ଜାପାନର ସମର୍ଥନ: ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାକ୍କୁ ନିର୍ଦ୍ଦେଶ
ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଏବଂ ଜାପାନ ମିଳିତ ଭାବରେ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନର ଆତଙ୍କବାଦୀ ପ୍ରୋତ୍ସାହନ ନୀତି ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଉଭୟ ଦେଶର ପ୍ରତିନିଧି ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତ ଗସ୍ତରେ ଆସିଥିବା ଦୁଇ ଜାପାନ ବୈଦେଶିକ ଅଧିକାରୀଙ୍କ ସହ ଟୁ-ପ୍ଲସ-ଟୁ ଦ୍ଵିପାକ୍ଷିକ ବୈଠକ କରିଥିଲେ । ବୈଠକର ଉଭୟ ଦେଶର ପ୍ରତିନିଧିବୃନ୍ଦ ପାକିସ୍ତାନକୁ ତୀବ୍ର ସମାଲୋଚନା କରିବା ସହ ଆତଙ୍କବାଦୀଙ୍କୁ ସମର୍ଥନ ଦେବା ପାକିସ୍ତାନ ବନ୍ଦ କରୁ ବୋଲି କହିଥିଲେ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏହି ବୈଠକରେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ଵ ନେଇଥିଲେ । ସେହିପରି ଜାପାନ ବୈଦେଶିକ ମନ୍ତ୍ରୀ ତୋସିମିତସୁ ମୋତେଗୀ ଓ ପ୍ରତିରକ୍ଷା ମନ୍ତ୍ରୀ ତାରୋ କୋନୋ ଜାପାନ ପ୍ରତିନିଧି ମଣ୍ଡଳର ନେତୃତ୍ଵ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ଆୟୋଜିତ ୧୩ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଉଭୟ ଦେଶ ମଧ୍ୟରେ ଆଲୋଚନା ପାଇଁ ଟୁ-ପ୍ଲସ-ଟୁର ରୂପରେଖା ପ୍ରସ୍ତୁତ କରିଥିଲେ।