ଓଡିଶା

odisha

ETV Bharat / bharat

କୋରୋନା ଲଢେଇରେ ଏକାଠି ଭାରତ-ଜର୍ମାନୀ - କୋଭିଡ -19

କୋଭିଡ -19 ମହାମାରୀର ମୁକାବିଲା ପାଇଁ ଭାରତ ଏବଂ ଜର୍ମାନୀ ପାରସ୍ପରିକ ସହଯୋଗ ବୃଦ୍ଧି କରିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି । ତେବେ ଏନେଇ ଭାରତର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଏବଂ ଜର୍ମାନ ପ୍ରତିପକ୍ଷ ମିଗୁଅଲ୍ ବର୍ଜର ଡିଜିଟାଲ୍ ମାଧ୍ୟମରେ କଥା ହୋଇଥିଲେ। ଅଧିକ ପଢନ୍ତୁ...

କୋରୋନା ବିରୁଦ୍ଧ ଲଢେଇରେ ଏକାଠି ହେଲେ ଭାରତ ଓ ଜର୍ମାନୀ
କୋରୋନା ବିରୁଦ୍ଧ ଲଢେଇରେ ଏକାଠି ହେଲେ ଭାରତ ଓ ଜର୍ମାନୀ

By

Published : Jun 28, 2020, 5:50 PM IST

ନୂଆଦିଲ୍ଲୀ: ଏବେ ମହାମାରୀ କୋରୋନା ବିରୋଧରେ ଲଢେଇ କରୁଛି ସାରାବିଶ୍ବ । ତେବେ ଏଭଳି ସଙ୍କଟ ସମୟରେ ଦୁନିଆର ଦୁଇ ପ୍ରଭାବଶାଳୀ ତଥା ଶକ୍ତିଶାଳୀ ଦେଶ, ଭାରତ ଏବଂ ଜର୍ମାନୀ କୋଭିଡ -19 ମହାମାରୀର ମୁକାବିଲା ପାଇଁ ପାରସ୍ପରିକ ସହଯୋଗ ବୃଦ୍ଧି କରିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି । ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶର ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ଭାରତର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ଜର୍ମାନ ପ୍ରତିପକ୍ଷ ମିଗୁଅଲ୍ ବର୍ଜର ଡିଜିଟାଲ୍ ମଧ୍ୟମରେ କଥା ହୋଇଥିଲେ।

ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଦୁଇ ଦେଶ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା କରିବା ସହ ଔଷଧ, ଯନ୍ତ୍ରପାତି ଏବଂ ପ୍ରଯୁକ୍ତିବିଦ୍ୟା ଯୋଗାଣ ସମେତ କୋଭିଡ -19 ର ମୁକାବିଲା ପାଇଁ ଉଭୟ ପକ୍ଷ ବ୍ୟାପକ ସହଯୋଗର ସମୀକ୍ଷା କରିଛନ୍ତି। ଏଥି ସହିତ, ଉଭୟ ଦେଶ ଆଗାମୀ ସମୟରେ ଏହି ଜିନିଷଗୁଡ଼ିକ ଉପରେ ପାରସ୍ପରିକ ସହଯୋଗ ବୃଦ୍ଧି କରିବାର ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ।

ABOUT THE AUTHOR

...view details