ଓଡିଶା

odisha

ETV Bharat / bharat

ବନ୍ଦେ ଭାରତ ମିଶନ୍: 357 ଭାରତୀୟଙ୍କୁ ନେଇ ଭାରତ ଫେରିଲା 2 ଏୟାର ଇଣ୍ଡିଆ ବିମାନ - ବନ୍ଦେ ଭାରତ ମିଶନ୍

ସୋମବାର ବିଳମ୍ବିତ ରାତିରେ ଦୁବାଇରୁ 178 ଜଣ ଭାରତୀୟଙ୍କୁ ନେଇ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅନ୍ୟପକ୍ଷେ ବିମାନବନ୍ଦର ମୁଖପାତ୍ର କହି ଯେ ‘ବନ୍ଦେ ଭାରତ’ ମିଶନ ଅନୁଯାୟୀ କୁଆଲାଲମ୍ପୁରର 179 ଜଣ ଭାରତୀୟଙ୍କ ସହ ଆଉ ଏକ ବିମାନରେ କୋଚି ପହଞ୍ଚିଛନ୍ତି।

india aircraft
ବନ୍ଦେ ଭାରତ ମିଶନ୍

By

Published : May 12, 2020, 11:25 AM IST

ଥିରୁଅନନ୍ତପୁରମ: ସୋମବାର ବିଳମ୍ବିତ ରାତିରେ ଦୁବାଇରୁ 178 ଜଣ ଭାରତୀୟଙ୍କୁ ନେଇ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅନ୍ୟପକ୍ଷେ ବିମାନବନ୍ଦର ମୁଖପାତ୍ର କହି ଯେ ‘ବନ୍ଦେ ଭାରତ’ ମିଶନ ଅନୁଯାୟୀ କୁଆଲାଲମ୍ପୁରର 179 ଜଣ ଭାରତୀୟଙ୍କ ସହ ଆଉ ଏକ ବିମାନରେ କୋଚି ପହଞ୍ଚିଛନ୍ତି।


ବିଭିନ୍ନ ଦେଶରେ ନିଜ ନାଗରିକଙ୍କୁ ଆଣିବା ପାଇଁ ଭାରତ ଏହି ମିଶନ ଆରମ୍ଭ କରିଛି । ବନ୍ଦେ ଭାରତ ମିଶନ ଅଧୀନରେ 7 ଦିନ ମଧ୍ୟରେ 15 ଟି ଦେଶରୁ 64ଟି ବିମାନରେ ନାଗରିକ ନେଇ ଭାରତର 16ଟି ବିମାନବନ୍ଦରରେ ପହଞ୍ଚିବ । ତେବେ ଏହି ସପ୍ତାହରେ ୟୁଏଇରୁ 11, ସାଉଦି ଆରବରୁ 5, କୁଏତରୁ 5, ବହରିନରୁ 2, କତରରୁ 2 ଓ ଓମାନରୁ 2 ବିମାନ ଉଡାଣ ସ୍ଥିର ହୋଇଛି। ପଡୋଶୀ ବାଂଲାଦେଶରୁ ଭାରତକୁ 7 ଟି ବିମାନ ଆସିବ। ଏହାସହ 14 ଟି ବିମାନ ଦକ୍ଷିଣ ପୂର୍ବ ଏସିଆର ଲୋକଙ୍କୁ ଆଣିବ । ଆମେରିକା ଓ ବ୍ରିଟେନରୁ 14 ଟି ବିମାନ ଆସିବ ।

ଅନ୍ୟପକ୍ଷେ ଦ୍ବିତୀୟ ପର୍ଯ୍ୟାୟରେ ମେ 15ରୁ ମଧ୍ୟ ଏସିଆ ଓ ୟୁରୋପ ଦେଶ ଯଥା କାଜଖିସ୍ତାନ, ଉଜବେକିସ୍ତାନ, ରୁଷ, ଜର୍ମାନୀ, ସ୍ପେନ ଓ ଥାଇଲାଣ୍ଡରେ ଫସିଥିବା ଭାରତୀୟଙ୍କୁ ଅଣାଯିବ । ଶୁକ୍ରବାର ସୁଦ୍ଧା ଭାରତ ଫେରିବା ପାଇଁ ପ୍ରାୟ 67 ହଜାର 833 ଜଣ ପଞ୍ଜିକରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ 22 ହଜାର 470ଛାତ୍ର, 15 ହଜାର 815 ପ୍ରବାସୀ , ଭିଜା ଅବଧି ଶେଷର ସାମ୍ନା କରୁଥିବା 9 ହଜାର 250 ଓ ସ୍ବାସ୍ଥ୍ୟଗତ ଜରୁରୀକାଳିନ ପାଇଁ 5 ହଜାର 531ଜଣ ଅଛନ୍ତି ।

ABOUT THE AUTHOR

...view details