ଓଡିଶା

odisha

ETV Bharat / bharat

ୟୁପିରେ ଯୁବ ସାମ୍ବାଦିକାଙ୍କ ଆତ୍ମହତ୍ୟା, ସୁଇସାଇଡ ନୋଟରେ ଲେଖିଲେ ଏମିତି... - Tabassum commits suicide in UPs Varanasi

ହାତରେ କଲମ ଧରିଥିବା ଝିଅଟି ଯେତେଵେଳେ ଆତ୍ମହତ୍ୟାର ପରଓ୍ଵାନା ଧରେ- ସେତେବେଳେ ଵାପା ନାମକ ଏକ ଅନୁଭଵ ବା ସମ୍ଵେଦନଶୀଳ ଭାବପ୍ରବଣତାର ଵି ମୃତ୍ୟୁ ହୋଇଯାଏ ! ସମାଜରେ ଦାମ୍ଭିକତାର ସହିତ ମୋ ଝିଅ... ମୋ ଝିଅ କହୁଥିବା ବାପା ଯେତେଵେଳେ କୁହେ- ତାର କାହା ସହ ଶତ୍ରୁତା ନଥିଲା, ସେ ତା' ଦାୟିତ୍ୱ ଆଉ କର୍ତ୍ତବ୍ୟ ଠିକ୍ ଭାବେ ନିଭାଉ ଥିଲା; ସତରେ ସବୁ ଦିନ ପାଇଁ ଲିଭିଯାଏ ବାପାର ପ୍ରଥମ ଓ ଶେଷ ଵିଶ୍ଵାସ !

journalist
ୟୁପିରେ ଯୁବ ସାମ୍ବାଦିକାଙ୍କ ଆତ୍ମହତ୍ୟା, ସୁଇସାଇଡ ନୋଟରରେ ଲେଖିଲେ ଏମିତି...

By

Published : May 5, 2020, 11:09 AM IST

Updated : May 5, 2020, 1:01 PM IST

ଲକ୍ଷ୍ମୌ: 28 ବର୍ଷୀୟ ଫ୍ରିଲାନ୍ସର ସାମ୍ବାଦିକାଙ୍କ ଆତ୍ମହତ୍ୟା। ମୃତ ସାମ୍ବାଦିକା ଜଣକ ହେଲେ ରିଜୱାନା ତବାସୁମ। ସେ ଉତ୍ତରପ୍ରଦେଶର ବାରଣାସୀରେ ସୋମବାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏହାସହ ତାଙ୍କ ପାଖରୁ ଏକ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି। ଯେଉଁଥିରେ ସେ ସ୍ଥାନୀୟ ଜଣେ ଯୁବ ନେତା ସାମୀ ନୋମାନୀଙ୍କୁ ନିଜ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି।

ବାରାଣୀସା ସଦର ପୋଲିସ ସିଓଙ୍କ କହିବା ଅନୁସାରେ, ମୃତ ସାମ୍ବାଦିକାଙ୍କ ପିତାଙ୍କ ବୟାନକୁ ଆଧାର କରି ଉକ୍ତ ନେତାଙ୍କ ବିରୋଦ୍ଧରେ 306 ଧାରା ଅନୁସାରେ ଏକ ମାମଲା ରୁଜୁ କରାଯାଇଛି। ଏହା ସହ ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଛି। ତେବେ ମୃତ ସାମ୍ବାଦିକାଙ୍କ ସହ ଉକ୍ତ ଯୁବ ନେତାଙ୍କ ଘନିଷ୍ଠ ବନ୍ଧୁତା ଥିଲା। ପରେ ଦୁହିଁଙ୍କ ମଧ୍ୟରେ କଣ ଘଟିଥିଲା କେହି ଜାଣି ନାହାଁନ୍ତି ବୋଲି ରିଜୱାନାଙ୍କ ଜଣେ ବନ୍ଧୁ ପୋଲିସକୁ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ରିଜୱାନାଙ୍କ ସାଙ୍ଗମାନେ ରାତି 9ଟାରେ ତାଙ୍କ ବାସଭବନ କବାଟ ବାଡେଇଥିଲେ। ହେଲେ କବାଟ ଭିତରପଟୁ ବନ୍ଦ ରହିବା ସହ କିଛି ଉତ୍ତର ଆସିନଥିଲା। ଏହାପରେ ଘଟଣା ବିଷୟରେ ସେମାନେ ପୋଲିସଙ୍କୁ ସୂଚନା ଦେବା ସହ କବାଟ ଭାଙ୍ଗି ଦେଖିବା ପରେ ରିଜୱାନାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ।

ରିଜୱାନାଙ୍କ ପିତା କହିଛନ୍ତି, ଯେ ସେ ନୋଟରେ ଯାହା ପାଇଛନ୍ତି ତାହା ଆଧାରରେ ସେ ଏଫ୍ଆଇଆର୍ ଦାଖଲ କରିଛନ୍ତି। ଏହାସହ ଭାବ ବିହ୍ବଳ କଣ୍ଠରେ ସେ କହିଛନ୍ତି, ରିଜୱାନାର କାହା ସହ ଶତ୍ରୁତା ନଥିଲା। ସେ ଜଣେ ଭଲ ଝିଅର ଦାୟିତ୍ବ ନିଭାଇବା ସହ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକା ମଧ୍ୟ ଥିଲା।

ଖବର ଥାଉକି, ରିଜୱାନା ଜଣେ ଫ୍ରିଲାନ୍ସ ସାମ୍ବାଦିକ ଭାବରେ ଦି ୱାୟାର, ବିବିସି ହିନ୍ଦୀ, ଖାବର ଲାହେରିଆ ଏବଂ ଅନ୍ୟାନ୍ୟ ନ୍ୟୁଜ୍ ପୋର୍ଟାଲରେ କାମ କରିଥିଲେ। ସେ ବିଏଚୟୁରେ ତାଙ୍କ ସାମ୍ବାଦିକତା ଡିଗ୍ରୀ ହାସଲ କରିଥିଲେ।

Last Updated : May 5, 2020, 1:01 PM IST

ABOUT THE AUTHOR

...view details