ଭୋପାଳ: ଭୋପାଳ ଲୋକସଭା ଆସନ ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି ଜୋରଦାର ଲଢେଇ । କଂଗ୍ରେସ ତରଫରୁ ମଇଦାନକୁ ଓହ୍ଲାଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । ଅନ୍ୟପକ୍ଷେ ତାଙ୍କୁ ଟକ୍କର ଦେବା ପାଇଁ ବିଜେପି ମାଲେଗାଁଓ ବୋମା ବିସ୍ଫୋରଣର ଅଭିଯୁକ୍ତ ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କୁ ଦେଇଛି ଟିକେଟ । ବର୍ତ୍ତମାନ ସମୟରେ ଏହି ଆସନ ଦେଶର ହାଇପ୍ରୋଫାଇଲ ଆସନରେ ପରିବର୍ତ୍ତିତ ହୋଇଯାଇଛି । ଅନ୍ୟପକ୍ଷେ ଏହି ଆସନରୁ ପ୍ରଜ୍ଞା ଠାକୁର ନିଜ ନାମାଙ୍କନ ଫେରାଇ ନେଇଛନ୍ତି ।
ଭୋପାଳ ଆସନରୁ ନାମାଙ୍କନ ଫେରାଇ ନେଲେ ପ୍ରଜ୍ଞା ଠାକୁର - Bhopal loksabha seat
କଂଗ୍ରେସ ତରଫରୁ ମଇଦାନକୁ ଓହ୍ଲାଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । ଅନ୍ୟପକ୍ଷେ ତାଙ୍କୁ ଟକ୍କର ଦେବା ପାଇଁ ବିଜେପି ମାଲେଗାଁଓ ବୋମା ବିସ୍ଫୋରଣର ଅଭିଯୁକ୍ତ ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କୁ ଦେଇଛି ଟିକେଟ । ବର୍ତ୍ତମାନ ସମୟରେ ଏହି ଆସନ ଦେଶର ହାଇପ୍ରୋଫାଇଲ ଆସନରେ ପରିବର୍ତ୍ତିତ ହୋଇଯାଇଛି ।
କିନ୍ତୁ ଏହା ବିଜେପିର ପ୍ରଜ୍ଞା ଠାକୁର ନୁହନ୍ତି ବରଂ ସେ ହେଉଛନ୍ତି ସ୍ବାଧୀନ ପ୍ରାର୍ଥୀ ପ୍ରଜ୍ଞା ଠାକୁର । ସେ ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞାଙ୍କୁ ସମର୍ଥନ ଦେବା ପାଇଁ ନିଜ ନାମାଙ୍କନ ଫେରାଇ ନେଇଛନ୍ତି । ଦୁଇ ପ୍ରାର୍ଥୀଙ୍କ ନାଁ ପ୍ରଜ୍ଞା ଠାକୁର ଥିବାରୁ ମତଦାତାମାନେ ଭ୍ରମରେ ପଡିଥାନ୍ତା ।
ମତଦାତାମାନେ ସାଧ୍ବୀ ପ୍ରଜ୍ଞାଙ୍କ ପରିବର୍ତ୍ତେ ସ୍ବାଧୀନ ପ୍ରାର୍ଥୀ ପ୍ରଜ୍ଞା ଠାକୁରଙ୍କ ନାଁ ଆଗରେ ଥିବା ବଟନକୁ ଦବାଇ ଥାନ୍ତେ ବୋଲି ବିଜେପି ଆଶଙ୍କା କରୁଥିଲା । ତେଣୁ ଏହି ଆଶଙ୍କାକୁ ଦେଖି ସାଧ୍ବୀ ପ୍ରଜ୍ଞା ନିଜ ଘରକୁ ପ୍ରଜ୍ଞା ଠାକୁରଙ୍କୁ ଡାକି ଆଲୋଚନା କରିଥିଲେ । ଏହାପରେ ପ୍ରଜ୍ଞା ଠାକୁର ନିର୍ବାଚନ ନ ଲଢିବାର ନିଷ୍ପତ୍ତି ନେଇଛନ୍ତି ।