ଓଡିଶା

odisha

ETV Bharat / bharat

ରୋଗ ପ୍ରତିଷେଧକ ଶକ୍ତି ବଢାଏ ଆୟୁର୍ବେଦ ପାଣି

ଶରୀରକୁ ଶକ୍ତି ଦେବାରେ ଆୟୁର୍ବେଦିକ ଦ୍ରବ୍ୟ ଗୁରୁତ୍ବପୂର୍ଣ ଭୂମିକା ନେଇଥାଏ । ଏହି ସମୟରେ ମଧ୍ୟ ଡାକ୍ତରମାନେ ଆୟୁର୍ବେଦିକ ପାଣି ଉପରେ ଗୁରୁତ୍ବ ଦେଉଛନ୍ତି । ଅଧିକ ପଢନ୍ତୁ...

By

Published : Apr 24, 2020, 7:57 PM IST

ରୋଗ ପ୍ରତିଷେଧକ ଶକ୍ତି ବଢାଏ ଆୟୁର୍ବେଦ ପାଣି
ରୋଗ ପ୍ରତିଷେଧକ ଶକ୍ତି ବଢାଏ ଆୟୁର୍ବେଦ ପାଣି

ହାଇଦ୍ରାବାଦ: ବର୍ତ୍ତମାନ ପରିସ୍ଥିତିରେ ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ । ରୋଗ ପ୍ରତିଷେଧକ ଶକ୍ତି ବଢାଇବା ଉପରେ ଗୁରୁତ୍ବ ଦେବା ଜରୁରୀ । ଖାଦ୍ୟପେୟ ସହ ସଠିକ ସମୟ ଓ ମାତ୍ରାରେ ପାଣି ପିଇବା ଆବଶ୍ୟକ । ତେବେ ସାଧାରଣ ପାଣି ଅପେକ୍ଷା ଆୟୁର୍ବେଦିକ ପାଣି ପିଇବା ଆପଣଙ୍କ ସ୍ବାସ୍ଥ୍ୟ ପକ୍ଷେ ସୁସ୍ଥ ଓ ହିତ । ଶରୀରକୁ ଶକ୍ତି ଦେବାରେ ଆୟୁର୍ବେଦିକ ଦ୍ରବ୍ୟ ଗୁରୁତ୍ବପୂର୍ଣ ଭୂମିକା ନେଇଥାଏ । ଏହି ସମୟରେ ମଧ୍ୟ ଡାକ୍ତରମାନେ ଆୟୁର୍ବେଦିକ ପାଣି ଉପରେ ଗୁରୁତ୍ବ ଦେଉଛନ୍ତି । ଏନେଇ ଆଜି ଆମେ ଆପଣଙ୍କୁ ପାଣି ପିଇବାର ସଠିକ ସମୟ ଓ ଉପାୟ ଉପରେ କିଛି ଉପକାରୀ ଟିପ୍ସ ଦେବୁ ।

- କିଛି ତାଜା ତୁଳସୀ ଓ ପୁଦିନା ପତ୍ରରେ ଛୋଟ ଛୋଟ ଅଦା ଖଣ୍ଡ ମିଶାଇ 2 ଲିଟର ପାଣିରେ ରଖିଦିଅନ୍ତୁ । ଏହା ଭଲ ଭାବେ ମିଶ୍ରଣ ହେବା ପରେ ଏହାକୁ ପିଇବେ ।

- 2 କପ ଗରମ ପାଣିରେ 7ଟି ହର୍ବାଲ ଚା’ ବ୍ୟାଗ ମିଶାଇ କିଛି ସମୟ ଫ୍ରିଜରେ ରଖିଦିଅନ୍ତୁ । ଏହାପରେ ଏହି ପାଣି କାଢି ପିଇପାରିବେ ।

- ଗୋଟିଏ ଗ୍ଲାସ ପାଣିରେ ଫାଳେ ଲେମ୍ବୁ ଚିପୁଡି ଏକ ଘଣ୍ଟା ରଖିଦିଅନ୍ତୁ । ଏଥିରେ ମହୁ କିମ୍ବା ଜଲଜିରା ମିଶାଇ ପାରିବେ । ଏହାପରେ ଏହି ପାଣି ପିଅନ୍ତୁ । ଲେମ୍ବୁରେ ଭିଟାମିନ ସି ଥାଏ ଯାହା ଆପଣଙ୍କ ଶରୀରକୁ ପ୍ରୋଟିନ ଯୋଗାଇବ ।

- ଶୋଷ ଲାଗୁଥିବାବେଳେ ପାଣି ପିଅନ୍ତୁ । ସବୁବେଳେ ପାଣି ପିଇବା ଶରୀର ପାଇଁ ଉତ୍ତମ ନୁହେଁ । ଖରାଦିନ ଆସିଥିବାବେଳେ ଥଣ୍ଡା ପାଣି ପିଅନ୍ତୁ ନାହିଁ । ରୁମର ତାପମାତ୍ରା ଅନୁସାରେ ପାଣି ପିଅନ୍ତୁ ।

- ଛିଡା ହୋଇ ପାଣି ପିଅନ୍ତୁ ନାହିଁ । ଏକାଥରେ ସବୁ ପାଣି ପିଅନ୍ତୁ ନାହିଁ । ଅଳ୍ପ ଅଳ୍ପ କରି ସଠିକ ମାତ୍ରାରେ ପାଣି ପିଅନ୍ତୁ ।

- କମଳା ଓ ଲେମ୍ବୁକୁ ଛଡାଇ ଏହାର ଚୋପାକୁ ଛୋଟ ଛୋଟ ଖଣ୍ଡ କରି ରାତିସାରା ଭିଜାଇ ସକାଳେ ଏହି ପାଣି ପିଅନ୍ତୁ ।

- କାକୁଡି ଓ ଲେମ୍ବୁର ଛୋଟ ଛୋଟ ଖଣ୍ଡରୁ ଥଣ୍ଡା ସର୍ବତ ବନାଇ ପିଇପାରିବେ । ଏହିସବୁ ପାଣି ଆପଣଙ୍କୁ ଏକ ନୂଆ ସ୍ବାଦ ଦେବା ସହ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିବ ।

ABOUT THE AUTHOR

...view details