ଓଡିଶା

odisha

By

Published : Apr 9, 2020, 6:18 PM IST

ETV Bharat / bharat

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 591ଜଣ କୋରୋନା ପଜିଟିଭ, 20 ମୃତ୍ୟୁ ରେକର୍ଡ

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 591 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 5865କୁ ବୃଦ୍ଧି ପାଇଛି । ଏନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

Increase of 591 new COVID19 cases and 20 deaths in last 24 hours
ଦେଶରେ ଗତ 24 ଘଣ୍ଟା ମଧ୍ୟରେ 591ଜଣ କୋରୋନା ପଜିଟିଭ, 20 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 591 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 5865କୁ ବୃଦ୍ଧି ପାଇଛି । ଏନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସେହିପରି 5865 ମାମଲା ମଧ୍ୟରୁ 5218 ଜଣ ଚିକିତ୍ସିତ ହେଉଥିବା ବେଳେ 478ଜଣ ରୋଗୀ ଡିସଚାର୍ଜ ହୋଇଥିବା ଜଣାପଡିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 20 ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶର ମୋଟ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ 169କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 1135 ଜଣ କୋରୋନା ପଜିଟିଭ ରହିଥିବା ବେଳେ ତାମିଲନାଡୁରେ 738, ଦିଲ୍ଲୀରେ 669, ତେଲେଙ୍ଗାନା 442, ଉତ୍ତରପ୍ରଦେଶରେ 410, ରାଜସ୍ଥାନରେ 383, ଆନ୍ଧ୍ରପ୍ରଦେଶରେ 348 ଓ କେରଳରେ 345 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 72 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ ଓ ମଧ୍ୟପ୍ରଦେଶରେ 16, ଦିଲ୍ଲୀରେ 9, ତାମିଲନାଡୁରେ 8, ତେଲେଙ୍ଗାନାରେ 7, କର୍ଣ୍ଣାଟକରେ 5, ଆନ୍ଧ୍ରପ୍ରଦେଶରେ 4 ଜଣଙ୍କର ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details