ନୂଆଦିଲ୍ଲୀ: ଦେଶରେ ଗତ 12 ଘଣ୍ଟା ମଧ୍ୟରେ 302ଟି କୋରୋନା ପଜିଟିଭ ମାମଲା ରେକର୍ଡ ହୋଇଛି । ଫଳରେ ମୋଟ କୋରୋନା ପଜିଟିଭ ସଂଖ୍ୟା 3374 କୁ ବୃଦ୍ଧି ପାଇଛି ।
ଦେଶରେ 3030 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ 267ଜଣ ସୁସ୍ଥ ହୋଇଛନ୍ତି । ସେହିପରି 77 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।